Odisha Link
Bridging the Missing Links in Odisha

ଭାରତର ପ୍ରଥମ ଇନ୍‌-ଫ୍ଲାଇଟ ମୋବାଇଲ ସେବା ଯୋଗାଇ ଦେବ ଜିଓ

ମୁମ୍ବାଇ : ଜିଓ ପୋଷ୍ଟପେଡ ପ୍ଲସ୍‍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍‍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି।

ଜିଓର ଇନ ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ବିମାନ ମଧ୍ୟରେ ଭଏସ୍‍ ଓ ଡାଟା ସେବା ଜରିଆରେ ସଂଯୁକ୍ତ ରହିବାର ସୁଯୋଗ ପ୍ରଦାନ କରିବ। ସମ୍ପ୍ରତି ବିଦେଶ ଯାତ୍ରା ସମୟରେ ଭାରତୀୟଙ୍କ ପାଇଁ ଇନ୍‍ ଫ୍ଲାଇଟ ସେବା ଉପଲବ୍ଧ ହେବ।

ଏହି ସେବା ଥରେ ଭାରତୀୟ ଆକାଶମାର୍ଗରେ ଉପଲବ୍ଧ ହେଲେ ସମସ୍ତ ଜିଓ ଗ୍ରାହକ ପ୍ରଥମେ ତାହାର ସୁବିଧା ନେଇପାରିବେ। ଜିଓର ଡାଇରେକ୍ଟର ଆକାଶ ଅମ୍ବାନି କହିଛନ୍ତି, ଏରୋମୋବାଇଲ ସହିତ ଆମର ସହଭାଗିତା ଦ୍ୱାରା ଆମେ ଏବେ ଆକର୍ଷଣୀୟ ମୂଲ୍ୟରେ ଇନ୍‍ ଫ୍ଲାଇଟ ରୋମିଂ ସେବା ଯୋଗାଇଦେବୁ। ଆମ ଗ୍ରାହକ ୨୦,୦୦୦ ଫୁଟ ଉଚ୍ଚତାରେ ତ୍ରୁଟିଶୂନ୍ୟ ସେବା ଉପଭୋଗ କରିପାରିବେ।

ପାନାସୋନିକ ଆଭିଓନିକ୍ସ ମୋବିଲିଟିର ବରିଷ୍ଠ ନିର୍ଦ୍ଦେଶକ ତଥା ଏରୋମୋବାଇଲର ସିଇଓ କେଭିନ ରୋଗର୍ସ କହିଛନ୍ତି, “ଜିଓ ସହିତ ସହଭାଗିତା କରି ଏବଂ ଆମର ସଂଯୋଗକାରୀ ସେବା ସମଗ୍ର ଭାରତରେ ପରିବ୍ୟାପ୍ତ କରି ଆମେ ଆନନ୍ଦିତ ।

ନୂତନ ଇନ୍‌-ଫ୍ଲାଇଟ ରୋମିଂ ସୁବିଧା ସହିତ ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକମାନେ ବିମାନଯାତ୍ରା କରିବା ସମୟରେ ସଂଯୋଗ ସ୍ଥାପନ ନେଇ ବ୍ୟସ୍ତ ବିବ୍ରତ ହେବାର କୌଣସି ଆବଶ୍ୟକତା ନାହିଁ । ବଜାରରେ ଅଗ୍ରଣୀ ରହିଥିବା ଏହି ନୂତନ ପ୍ରୟାସ ଗ୍ରାହକମାନଙ୍କୁ ସର୍ବୋତ୍ତମ ସେବା ଯୋଗାଣର ନିରନ୍ତର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ।”

ଜିଓର ଇନ୍ ଫ୍ଲାଇଟ ପ୍ୟାକ୍ କେମିତି ବ୍ୟବହାର କରିବେ :
ବୈଧ ଇନ୍ ଫ୍ଲାଇଟ ସଂଯୋଗକାରୀ ପ୍ୟାକ୍ ଥିବା ଜିଓ ବ୍ୟବହାରକାରୀମାନେ ସେମାନଙ୍କ ବିମାନ ଆକାଶ ମାର୍ଗରେ ୨୦,୦୦୦ ଫୁଟ ଅଥବା ତାହାଠାରୁ ଉଚ୍ଚତାରେ ପହଂଚିିଲେ, ନିମ୍ନମତେ ଉକ୍ତ ପ୍ୟାକ୍‌କୁ ବ୍ୟବହାର କରିବା ଆରମ୍ଭ କରିପାରିବେ:

୧. ସ୍ୱାର୍ଟଫୋନକୁ ସ୍ୱିଚଅନ୍ କରନ୍ତୁ ଏବଂ ଏୟାରପ୍ଲେନ୍ ମୋଡକୁ ବନ୍ଦ କରନ୍ତୁ ।

୨. ଆପଣଙ୍କ ଫୋନ ଆପେ ଆପେ ଏରୋମୋବାଇଲ ନେଟୱର୍କ ସହିତ ସଂଯୁକ୍ତ ହେବ । ବିବିଧ ହ୍ୟାଣ୍ଡସେଟ୍ କ୍ଷେତ୍ରରେ ନେଟୱର୍କ ନାମ ଭିନ୍ନ ହୋଇପାରେ ।

୩. ଆପଣଙ୍କ ଫୋନ ଯଦି ଆପେ ଆପେ ଏରୋମୋବାଇଲ ନେଟୱର୍କ ସହିତ ସଂଯୁକ୍ତ ହେଉନାହିଁ ତେବେ ଆପଣ ଆପଣଙ୍କ ଫୋନ ସେଟିଂରେ ଥିବା ‘କ୍ୟାରିୟର’କୁ ଯାଇ ସିଲେକ୍ଟ କରନ୍ତୁ ।

୪. ଡାଟା ସେବା ବ୍ୟବହାର କରିବା ପାଇଁ ଡାଟା ରୋମିଂ ଅନ୍ ଥିବା ନିଶ୍ଚିତ କରନ୍ତୁ ।

୫. ଥରେ ସଂଯୁକ୍ତ ହେଲେ ଆପଣ ଏକ ସ୍ୱାଗତ କରିବା ଲେଖା ଏବଂ ଅନ୍ୟାନ୍ୟ ଉପଯୋଗୀ ସୂଚନା ପାଇବେ ।

୬. ଏବେ ଆପଣ ନିଜ ମୋବାଇଲ ଫୋନରେ କଲ୍ କରିବା, ବାର୍ତ୍ତା ପଠାଇବା, ଇ-ମେଲ୍ କରିବା ଅଥବା ଇଂଟରନେଟରେ ପସନ୍ଦଯୋଗ୍ୟ ବିଷୟ ଖୋଜିବା ଆରମ୍ଭ କରିପାରିବେ ।

Comments are closed.