ମହଙ୍ଗା ପଡ଼ିଲା ଫେସବୁକ ପୋଷ୍ଟ

ଫୁଲବାଣୀ: ହୀନ୍ଦୁ ଦେବା ଦେବୀଙ୍କୁ ଇଙ୍ଗିତ କରି ଗିରଫ ହେଲେ ଯୁବକ। ଗତ କିଛିଦିନ ହେବ ସୋଶିଆଲ ମଡ଼ିଆରେ ଦେବାଦେବୀଙ୍କୁ ନେଇ ଅଶ୍ଳିଳ ପୋଷ୍ଟ କରୁଥିଲେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ରୁଜାଙ୍ଗି ପିଟବାରୀର ହରେକୃଷ୍ଣ ମଲ୍ଲିକ। ଏନେଇ ସାଇବର ପୋଲିସ ଓ ଜିଲ୍ଲା ପୋଲିସ ନିଷ୍କ୍ରିୟ ଥିବାବେଳେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଟ୍ବଟି କରି ପଦକ୍ଷପ ନେବାକୁ ଅନୁରୋଧ କରିଥିଲେ ସ୍ଥାନୀୟ ଯୁବକ। ପରେ ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏହି ଘଟଣାର ତଦନ୍ତ କରିଥିଲେ।
ସଦର ଥାନା ଅଧିକାରୀ ଇନ୍ସପେକ୍ଟର ଆଦିତ୍ୟ କୁମାର ସେଠୀ ନିଜ ତରଫରୁ ମାମଲା ରୁଜୁ କରିଥିଲେ। ଏସପିଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ଗୁଇନ୍ଦା ବ୍ୟୁରୋର ଭାରପ୍ରାପ୍ତ ଅଧିକାରୀ ଇନ୍ସପେକ୍ଟର ତିରୁପତି ଚୌଧୁରୀ ମାମଲାର ତଦନ୍ତ ଭାର ନେଇଥିଲେ। ପରେ ତଥ୍ୟ ପ୍ରମାଣ ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି। ୨୦୨୦ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଅନେକ ପୋଷ୍ଟରୁ ପୋଲିସ ତଥ୍ୟ ପାଇଛି। ଏ ଦିଗରେ ଫେସବୁକରୁ ମଧ୍ୟ ତଥ୍ୟ ମାଗିଛି ଜିଲ୍ଲା ସାଇବର ସେଲ ।କନ୍ଧମାଳ ପରି ସମ୍ବେଦନଶୀଳ ଜିଲ୍ଲାରେ ଏପରି କାର୍ଯ୍ୟକଳାପ ଶାନ୍ତି ଭଙ୍ଗ ସହ ଷଡଯନ୍ତ୍ରର ରୂପ ନେବା ନଜିର ରହିଛି। ଆଗକୁ ପୋଲିସ ପ୍ରଶାସନ ସତର୍କ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।