Odisha Link
Bridging the Missing Links in Odisha

ଜେଡିୟୁରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ପାଟଣା : ବିହାରର ଶାସକ ଦଳ ଜେଡିୟୁରେ ମିଶିଲେ ବିହାର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ସେ ବିଧିବଦ୍ଧ ଭାବେ ଜେଡିୟୁରେ ସାମିଲ ହେବା ସହ ରାଜନୀତିରେ ପାଦ ଥାପିଛନ୍ତି। ଜେଡିୟୁରେ ସାମିଲ ହେବା ପରେ ଚଳିତ ବିଧାନସଭା ନିର୍ବାଚନରେ ବି ସେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିଜ ଜିଲ୍ଲା ବକ୍ସରରୁ ସେ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବେଶ ଚର୍ଚ୍ଚାକୁ ଆସିଥିଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ମୁମ୍ବାଇ ପୁଲିସକୁ କଠୋର ସମାଲୋଚନା କରି ଚର୍ଚ୍ଚାରେ ଥିବା ଶ୍ରୀ ପାଣ୍ଡେ ନିକଟରେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଅବସର ନେବା ପରେ ସେ ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା।

Comments are closed.