Odisha Link
Bridging the Missing Links in Odisha

ଓଲଟିପଡ଼ିଲା ଯାତ୍ରୀବାହୀ ବସ

କେନ୍ଦ୍ରାପଡ଼ା: କଟକ-ଚାନ୍ଦବାଲି ରାସ୍ତରେ ଜଣେ ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଆଜି ଅପରାହ୍ନରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ରାସ୍ତାକଡ଼ରେ ଥିବା ବିଲକୁ ଓଲଟି ପଡ଼ିଛି। କିନ୍ତୁ ଖୁସିର କଥା ହେଲା ଯେ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନାହିଁ। କିଛି ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ, ଆଜି ଅପରାହ୍ନରେ ଯାତ୍ରୀବାହୀ ବସ୍ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଥିଲା। କିନ୍ତୁ ବସଟି କେନ୍ଦ୍ରାପଡ଼ାରେ ପହଞ୍ଚିବା ପୂର୍ବରୁ ଜମଧରସ୍ଥିତ ନର୍ସରୀ ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନର୍ସରୀ ନିକଟରେ ନହଙ୍ଗ ନିବାସୀ ଭୀମ ଗୋଚ୍ଛାୟତ ଘରକୁ ଫେରୁଥିବା ବେଳେ ଅଚାନକ ବସ ସମ୍ମୁଖକୁ ଆସିଯାଇଥିଲେ। ବସର ଚାଳକ ଉପସ୍ଥିତ ବୁଦ୍ଧି ଲଗାଇ ବ୍ରେକ୍ ଦେଇଦେବାରୁ ଭୀମ ବସତଳେ ପଡ଼ିଯାଇଥିଲେ। କିନ୍ତୁ ସେ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ। କିନ୍ତୁ ଭୀମ ତଳେ ପଡ଼ିଯିବାରୁ ସାମାନ୍ୟ ଆହତ ହୋଇଥିଲେ।

Comments are closed.