Odisha Link
Bridging the Missing Links in Odisha

ଜବତ ହେଲା ନକଲି ପାନ ଜର୍ଦ୍ଦା

ଯାଜପୁର: ଯାଜପୁର ଛତିଆ ଅଞ୍ଚଳରୁ ଜବତ ହେଲା ବିପୁଳ ପରିମାଣର ନକଲି ଜର୍ଦ୍ଦା। ଏହି ଘଟଣାରେ ଜଣେ ଅଟକ ଅଛନ୍ତି। ଛତିଆ ଅଞ୍ଚଳର ବିଦ୍ୟାଧରପୁର ଗାଁରେ କଟକ କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବଇରୀ ପୁଲିସ ମିଳିତ ଭାବେ ଚଢାଉ କରି ବହୁ ପରିମାଣର ନକଲି ଜର୍ଦ୍ଦା, ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ଛୋଟବଡ ମେସିନକୁ ଜବତ କରିଛି ।

ଦୁଇ ବର୍ଷତଳେ ଛତିଆ ଅଞ୍ଚଳରୁ ମଧ୍ୟ ବିପୁଳ ପରିମାଣର ନକଲି ଗୋପାଳ ଜର୍ଦ୍ଦା ଯାଜପୁର ପୋଲିସ ଦ୍ୱାରା ଜବତ ହୋଇଥିଲା। ତେବେ ଆଜି ଜବତ ହୋଇଥିବା ନକଲି ଜର୍ଦ୍ଦାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Comments are closed.