ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟପାଳ

ଭୁବନେଶ୍ବର: ପିପିଲି ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ସାରା ରାଜ୍ୟ ଶୋକ ପ୍ରକାଶ କରୁଛି। ପ୍ରଦୀପଙ୍କ ବିୟୋଗରେ ମାନ୍ୟବର ରାଜ୍ୟ ପାଳ ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ମାନ୍ୟବର ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମୃତ୍ୟୁକୁ ସମବେଦନା ଶୋକସନ୍ତପ ପରିବାର ତଥା ନିର୍ବାଚନମଣ୍ଡଳୀ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ରାଜ୍ୟପାଳ। ରାଜ୍ୟପାଳ କହିଛନ୍ତି ଯେ, ସେ ଜଣେ ଲୋକପ୍ରିୟ ନେତା ତଥା ସମର୍ଥ ବିଧାୟକ ଥିଲେ, ତାଙ୍କର ଅକାଳ ମୃତ୍ୟୁ ନୀତି ପାଇଁ ଏକ ବଡ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତି ୨ଟା ୩୬ରେ ତାଙ୍କର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ଆଖୁ ବୁଜିଲେ ମହାରଥୀ। ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ପିପିଲିରୁ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଦୀପ ମହାରଥୀ। ତାଙ୍କ ବିୟୋଗରେ ସମଗ୍ର ମହଲରେ ଶୋକର ଛାୟା ଖେଳି ଯାଇଛି।