ରାଜଧାନୀରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ରାଜଧାନୀରୁ ଆଉ ୩୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୨ ଓ ସ୍ଥାନୀୟ ଅଞ୍ଚଳରୁ ୨୨୭ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟାରେ ୩୧୫ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
Update on newly detected #COVID19 cases in the last
24 hrs under the BMC area on 5th Oct 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/6CaNCJL3zM— BMC (@bmcbbsr) October 5, 2020
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୩୫୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୫୩୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୯୮୮୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୦୪ ଜଣଙ୍କର ମୃତ୍ୟୁ ହୋଇଛି।