ରିୟାଙ୍କୁ ବଡ ଝଟକା, ଅକ୍ଟୋବର ୨୦ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ଼ରେ ଡ୍ରଗ୍ସ ଲିଙ୍କ ମାମଲା ସାମ୍ମନା ଆସିଥିଲା ।ତେବେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କୁ ପୁଣି ଥରେ କୋର୍ଟ ତରଫରୁ ଏକ ବଡ଼ ଝଟକା ମିଳିଛି ।
ରିୟା ଚକ୍ରବର୍ତ୍ତୀ, ଶୌଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କ ନ୍ୟାୟିକ ସଂରକ୍ଷଣକୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଜି ଏ ସମସ୍ତଙ୍କର ରିମାଣ୍ଡ ଅବଧି ଶେଷ ହେବାର ଥିଲା।
ଅଦାଲତ ପୂର୍ବରୁ ରିୟାଙ୍କ ଜାମିନ ଆବେଦନକୁ ଦୁଇଥର ପ୍ରତ୍ୟାଖ୍ୟାନ କରିଥିଲେ । ଅନ୍ୟପକ୍ଷେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ରିୟା, ସୌଭିକ ଓ ଅନ୍ୟ ୧୮ ଜଣ ଅଭିଯୁକ୍ତଙ୍କୁ ଜାମିନ ଯାଚିକା ଉପରେ କଡ଼ା ବିରୋଧ କରି ଯାଚିକାକୁ ଖାରଜ କରିଥିଲେ।
ଏନସିବି କହିଛି ସମାଜକୁ ବିଶେଷକରି ଯୁବପିଢ଼ିଙ୍କୁ ବାର୍ତ୍ତା ଦେବାର ଅଛି ଯେ ନିଶା ପଦାର୍ଥ ସେବନରୁ ଦୂରେଇ ରହିବା ଦରକାର। ଯଦି ସେ ଏମିତି କରିବେ ତାହେଲେ ଏମିତି କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ଗ୍ରହଣ କରାଯିବ।
ତେବେ ଏନସିବି ସେପ୍ଟେମ୍ବର ୮ରେ ରିୟାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଯଦି ରିୟା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଦଶ ବର୍ଷ ଜେଲ ଦଣ୍ଡ ହୋଇପାରେ।