Odisha Link
Bridging the Missing Links in Odisha

ବିମୁଦ୍ରାୟନ, ଜିଏସଟି ଏବଂ କୃଷି ଆଇନ ମୋଦୀ ସରକାରଙ୍କର ୩ଟି କଳା ଆଇନ: ରାହୁଳ

ହରିଆଣା: ବିମୁଦ୍ରାୟନ, ଜିଏସଟି ଏବଂ ଏହାପରେ କୃଷି ଆଇନ ମୋଦୀ ସରକାରଙ୍କର ୩ ଗୋଟି ବଡ଼ ଭୁଲ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀ। ପଞ୍ଜାବରୁ ଟ୍ରାକ୍ଟର ରାଲିରେ ହରିଆଣା ଯିବା ଅବସରରେ ବିମୁଦ୍ରାୟନ, ଜିଏସଟି ଏବଂ କୃଷି ଆଇନ ବ୍ୟବସ୍ଥା ମୋଦୀ ସରକାରଙ୍କ କଳା ଆଇନ ବୋଲି ରାହୁଳ ଉଲ୍ଲେଖ କରିଛନ୍ତି। ଏହା ବିରୋଧରେ କଂଗ୍ରେସ ଲଢ଼େଇ କରୁଛି ଓ ଭବିଷ୍ୟତରେ ମଧ୍ୟ ଅବ୍ୟାହତ ରହିବ ବୋଲି ରାହୁଳ କହିଛନ୍ତି।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ମୁଁ ଭାବୁଛି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ତିନୋଟି କୃଷି ନିୟମ ବୁଝନ୍ତି ନାହିଁ। ଆଜି କମ୍ ମଣ୍ଡି ଅଛି, କେତେକ ସ୍ଥାନରେ ଦୁର୍ନୀତି ହୋଇଛି କିନ୍ତୁ ବର୍ତ୍ତମାନ ଯେଉଁ ନିୟମ କରାଯାଇଛି ତାହା ଦ୍ବାରା ଚାଷୀ ବଞ୍ଚିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କେବଳ ଅମ୍ବାନୀ ଏବଂ ଆଦାନୀଙ୍କ ପାଇଁ ରାସ୍ତା ସଫା କରୁଛନ୍ତି। ଆଜି ଗଣମାଧ୍ୟମ ମୁକ୍ତ ନୁହେଁ କିମ୍ବା କୋର୍ଟ ମଧ୍ୟ ମୁକ୍ତ ନୁହଁନ୍ତି, ସେଥିପାଇଁ ବିରୋଧୀ ଦୁର୍ବଳ।

ସେ ପୁଣି କହିଛନ୍ତି ଯେ, ପଞ୍ଜାବ ମୋତେ ବହୁତ କିଛି ଦେଇଛି। ଶିଖମାନେ ସର୍ବଦା ମୋ ଜେଜେମାଙ୍କୁ ବଞ୍ଚାଇଥିଲେ, ମୁଁ ସବୁବେଳେ ପଞ୍ଜାବର ଋଣୀ ହୋଇ ରହିବି। ଯଦି କିଛି ଭୁଲ୍ ହେଉଛି, ମୁଁ ନିଶ୍ଚିତ ଭାବରେ ସ୍ୱର ଉତ୍ତୋଳନ କରିବି। ମୁଁ ଦୁର୍ବଳମାନଙ୍କ ସହିତ ଛିଡା ହୋଇଛି, ତେଣୁ ବୋଧହୁଏ ସେଇଥିପାଇଁ ମୋର ରାଜନୈତିକ କ୍ୟାରିଅର ମନ୍ଥର ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଜମି କେହି ନେଇ ନାହାଁନ୍ତି। ମାତ୍ର ସତକଥା ହେଲା ଭାରତର ୧୨୦୦ ବର୍ଗ କିଲୋମିଟର ଜମି ଚୀନ ନେଇଯାଇଛି।

Comments are closed.