Odisha Link
Bridging the Missing Links in Odisha

ପୋଲ ତଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲା ୩ ଜୀବନ

ଚଣ୍ଡିଖୋଲ: ପୋଲ ତଳକୁ ଖସିଲା ଚଳନ୍ତା କାର। ୫-ନମ୍ବର ଜାତୀୟ ରାଜପଥର ନାନପୁର ନିକଟରେ ଏକ ପୋଲ ତଳକୁ ଭାରସାମ୍ୟ ହରାଇ କାର‌ଟି ଖସିପଡିଛି। କାରରେ ଥିବା ସମସ୍ତ ୩ ଜଣ ଯାତ୍ରୀ ସୁରକ୍ଷିତ ଥିବା ଦଣାପଡିଛି।

ସୂଚନାଥାଉକି, କାରଟି କେନ୍ଦ୍ରାପଡ଼ା ଅଭିମୁଖେ ଯାଉ ଥିବା ବେଳେ ରାସ୍ତା ରେ ଖାଲଖମା ହୋଇ ଥିବା ରୁ ଗାଡିଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଯାଇ ଥିଲା। ଗାଡିରେ ଥିବା ୩ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ୩ ଜଣ ଯାତ୍ରୀ ପାଟକୁରା ଅଂଚଳର ବୋଲି ଜଣା ପଡିଛି। ଗାଡିଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୁଲିସ ପହଂଚି ତଦନ୍ତ ଚଳାଇଛି।

Comments are closed.