Odisha Link
Bridging the Missing Links in Odisha

କରୋନା: ଦେଶରେ ଦିନକରେ ୭୨୦୪୯ ଆକ୍ରାନ୍ତ; ୯୮୬ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କିଛି ଦିନ ହେବ ଏହା ‌ସାମାନ୍ୟ ହ୍ରାସ ପାଇବାରେ ଲାଗିଛି। ୨୪ ଘଣ୍ଟାରେ ୭୨ ହଜାର ୦୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯୮୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪ ହଜାର ୫୫୫କୁ ବୃଦ୍ଧି ପାଇଛି।

ଏହାସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୨ରେ ପହଞ୍ଚିଛି। ୯,୦୭,୮୮୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୫୭,୪୪,୬୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Comments are closed.