Odisha Link
Bridging the Missing Links in Odisha

ରାଜଧାନୀରୁ ଗିରଫ ହେଲେ ୨ ବନ୍ଧୁକ ବେପାରୀ

ଭୁବନେଶ୍ୱର: ପୋଲିସ ଚେକିଂ ସମୟରେ ଧରାପଡିଛନ୍ତି ବନ୍ଧୁକ ବେପାରୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ ଭୁବନେଶ୍ୱର। ଏନେଇ ଡିସିପି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବର ଖଣ୍ଡଗିରି ଆଳୁଗଦି ଅଞ୍ଚଳରୁ ୨ ଜଣ ବନ୍ଧୁକ ବେପାରୀ ଗିରଫ। ବ୍ଲକିଂ ଚେକିଂ ସମୟରେ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସେମାନଙ୍କ ନିକଟରୁ ଚୋରା ବନ୍ଧୁକ ଜବତ କରାଯାଇଛି। ୨ ବନ୍ଧୁକ ବେପାରୀ ହେଲେ- ଯଦୁପୁର ଅଞ୍ଚଳର ପାଟୁ ଓରଫ୍ କାବୁଲା ଖାନ୍ ଏବଂ ଖୋର୍ଦ୍ଧା ଶରଧାପୁର ଅଞ୍ଚଳର କୋନୋ ଓରଫ୍ ଶେକ୍ ତେହସିଲ୍। ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।

Comments are closed.