ମା’ ବିରଜାଙ୍କ ରଥଯାତ୍ରାକୁ ହାଇକୋର୍ଟଙ୍କ ସବୁଜ ସଙ୍କେତ

ଭୁବନେଶ୍ୱର: ହାଇକୋର୍ଟରେ ମା’ ବିରଜାଙ୍କ ସିଂହ ଧ୍ୱଜ ରଥଯାତ୍ରା ନେଇ ମାମଲା ପ୍ରସଙ୍ଗରେ ମିଳିଛି ସବୁଜ ସଙ୍କେତ। ରଥଯାତ୍ରାକୁ ଆଜି ଅନୁମତି ଦେଇଛନ୍ତି ହାଇକୋର୍ଟ।ଆସନ୍ତା ନଭେମ୍ବର ମାସ ୧୭ରୁ ୨୪ ତାରିଖ ଯାଏଁ ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହେବ।
ସମସ୍ତ କୋଭିଡ ନିୟମ ମାନି ରଥଯାତ୍ରା କରାଇବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।