Odisha Link
Bridging the Missing Links in Odisha

ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହେବେ ବର୍ଷା

ଭୁବନେଶ୍ବର: ଓଲିଉଡ ଦମ୍ପତି ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଝଡ଼ ପୁଣି ଥରେ ସକ୍ରିୟ ହୋଇଛି।

ଅନୁଭବଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। ଏହା ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ଗଣମାଧ୍ୟମକୁ କହିଛନ୍ତି।

ଅନ୍ୟପକ୍ଷରେ ଏହି ମାମମଲାରେ ବର୍ଷା ଏଯାଏଁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ସେପଟେ ଘରୋଇ ହିଂସାକୁ ନେଇ କଟକ ଏସଡିଜେଏମରେ କରିଥିବା ଆବେଦଦନ ଉପରେ ଅକ୍ଟୋବର ୧୨ରେ ଶୁଣାଣି ରହିଛି।

ଇତିମଧ୍ୟରେ ଅନୁଭବଙ୍କ ପକ୍ଷରୁ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଦାଏର ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସର୍ବୋଚ୍ଚକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବର୍ଷା ।

ଉକ୍ତ ପିଟିସନରେ ହୋଇଥିବା ଆବେଦନ ଅନୁଯାୟୀ, ଜଣେ ମହିଳାଙ୍କ ପକ୍ଷେ ନିଜେ ରହୁଥିବା ସ୍ଥାନରୁ ଏତେ ଦୂରରେ ଆସି ଦିଲ୍ଲୀରେ ମାମଲା ଲଢ଼ିବା ସମ୍ଭବ ନୁହେଁ। ତେଣୁ ଟ୍ରାନ୍ସଫର ପିଟିସନ ନିଷ୍ପତ୍ତି ନହେବା ଯାଏଁ ପଟିଆଲା

ହାଉସକୋର୍ଟର ଛାଡ଼ପତ୍ର ମାମଲାର ଶୁଣାଣି ବନ୍ଦ ରଖିବାକୁ ମଧ୍ୟ ଆବେଦନରେ ଦର୍ଶାଯାଇଥିଲା। ଅନ୍ୟପଟେ ସୁପ୍ରିମକୋର୍ଟରେ ସ୍ୱାମୀ ଅନୁଭବ ମଧ୍ୟ ଏକ କ୍ୟାଭେଟ୍ ପିଟିସନ୍ ଦାଖଲ କରିଥିଲେ । ଯେଉଁଥିରେ ତାଙ୍କ ପକ୍ଷ ନଶୁଣି ପତ୍ନୀ ବର୍ଷାଙ୍କ ଆବେଦନ ଉପରେ କୌଣସି ନିଷ୍ପତ୍ତି ନନେବାକୁ ଅପିଲ୍ ରହିଥିଲା। ତେବେ ଏହାରି ଭିତରେ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅନୁଭବଙ୍କ ମାମଲାକୁ ଗ୍ରହଣ କରିଥିଲେ।

Comments are closed.