Odisha Link
Bridging the Missing Links in Odisha

ବିହାର ନିର୍ବାଚନ: ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ନିରାଶ

ବିହାର: ବିହାର ରାଜନୈତିକ ରଣଭୂମୀରେ ବକ୍ସର ସିଟରୁ ନିର୍ବାଚନ ଲଢିବା ସ୍ୱପ୍ନ ନେଇ ପୋଲିସ ଚାକିରିରୁ ଭିଆରସ୍ ନେଇଥିଲେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ଜେଡିୟୁ ବିହାର ବିଧାନସଭା ନିର୍ବାଚନ ପାଇଁ ୧୧୫ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଗୁପ୍ତେଶ୍ୱର ପାଣ୍ଡେଙ୍କ ନାମ ନାହିଁ। ଯାହା ପାଣ୍ଡେଙ୍କୁ ନିରାଶ କରିଛି। ଗୁପ୍ତେଶ୍ୱରଙ୍କ ଜେଡିୟୁରେ ଯୋଗ ଦେଇ ବହୁଦିନର ରାଜନୈତିକ ସ୍ୱପ୍ନକୁ ପୁରଣ କରିବା ଆଶା ଏବେ ଫିକା ପଡି ଯାଇଛି।

ଜେଡିୟୁ ବିହାର ବିଧାନସଭା ନିର୍ବାଚନ ପାଇଁ ୧୧୫ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକା ଘୋଷଣାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ଶଶୁର ଚନ୍ଦ୍ରିକା ରାୟଙ୍କୁ ଟିକେଟ ଦେଇ ଜେଡିୟୁ ତାର ମାଷ୍ଟର କାର୍ଡ ଭାବେ ବ୍ୟବହାର କରିବାକୁ ଯାଉଛି। ସେହିପରି ମୁଜାଫରପୁର ବାଳିକା ଶିଶୁ ଗୃହ ମାମଲାରେ ଆଲୋଚିତ ହୋଇଥିବା ମଞ୍ଜୁ ଭର୍ମାଙ୍କୁ ଏହି ୧୧୫ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ବାଳିକା ଶିଶୁ ମାମଲାରେ ମଞ୍ଜୁଙ୍କୁ ମନ୍ତ୍ରୀ ପଦ ମଧ୍ୟ ହରାଇବାକୁ ପଡିଥିଲା। ଏବେ ସେ ପୁଣି ଚେରିୟାବରପୁରରୁ ଟିକେଟ୍ ପାଇଛନ୍ତି ଜେଡିୟୁରୁ।

ଏନେଇ କାଲି ରାତିରେ ଫେସବୁକ ଜରିଆରେ ବକ୍ସର ନିର୍ବାଚନ ମଣ୍ଡଳୀରୁ ଅଶାୟୀ ଥିବା ଡିସିପି ପାଣ୍ଡେ କହିଛନ୍ତି ଯେ “ସ୍ବେଚ୍ଛାକୃତ ଅବସର ନେବା ପରେ ସମସ୍ତେ ଆଶା କରିଥିଲେ ଯେ, ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି, କିନ୍ତୁ ଏଥର ମୁଁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ। ମୋର ଜୀବନ ସଂଘର୍ଷରେ ଅତିବାହିତ ହୋଇଛି ଏବଂ ନିରାଶ ନହୋଇ ଧର୍ଯ୍ୟର ସହ ରହିଛି”।

Comments are closed.