Odisha Link
Bridging the Missing Links in Odisha

ଉପନିର୍ବାଚନ: ପ୍ରଚାର ପୂର୍ବରୁ କୋଭିଡ୍ ନିୟମ ଭାଙ୍ଗିଲାଣି କଂଗ୍ରେସ

ଜଗତସିଂହପୁର: ଆଗକୁ ଅଛି ଉପନିର୍ବାଚନ ହେଲେ ଏବେଠାରୁ କୋଭିଡ୍‌ ନିୟମ ଭାଙ୍ଗିଲେଣି ବିଭିନ୍ନ ଦଳ। ନଭେମ୍ବର ୩ରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ପ୍ରକାଶ ପାଇଁ ସାରିଛି। ଉପନିର୍ବାଚନ ପାଇଁ ଏବେଠୁ ରାଜନୈତିକ ଉଷ୍ମତା ଅନୁଭୂତ ହେଲାଣି। ଆଜି ଉପନିର୍ବାଚନ ଲାଗି ପ୍ରକାଶ ବିଜ୍ଞପ୍ତି। ଏହା ପୂର୍ବରୁ କଂଗ୍ରେସ କର୍ମୀ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ବିରିଡି ବ୍ଲକ୍ ଅଣଖିଆ ଠାରେ କରୋନା କଟକଣାକୁ ଫୁ କରି କର୍ମୀ ସମ୍ମିଳନୀ ଆୟୋଜିତ କରିଛି ଯୁବ କଂଗ୍ରେସ। ଏହି ସମ୍ମିଳନୀରେ ପ୍ରାୟ ଶତାଧିକ କର୍ମୀ ଯୋଗ ଦେଇଥିବା ଅଭିଯୋଗ ହୋଇଛି।

ସମ୍ମିଳନୀ ସମୟରେ କର୍ମୀମାନେ ସାମାଜିକ ଦୂରତାକୁ ବେଖାତିର କରି ପାଖାପାଖି ହୋଇ ବସିଥିବା ବେଳେ ମାସ୍କ ମଧ୍ୟ ପିନ୍ଧିନଥିବା ଦେଖିବାକୁ ମିଳିଛି। ତେବେ ସବଠୁ ବଡ଼ କଥା ହେଲେ ଏହି ସମ୍ମିଳନୀରେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ। ବିନା କୌଣସି ଅନୁମତିରେ ଯୁବ କଂଗ୍ରେସ ଏହି ସମ୍ମିଳନୀ କରିଥିବା ବେଳେ ବିରିଡି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।

Comments are closed.