Odisha Link
Bridging the Missing Links in Odisha

ଭୁବନେଶ୍ୱରରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରୁ ଆଉ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୮୩ ଓ ଲୋକାଲ କଣ୍ଟାକ୍ଟ ୨୩୮ ରହିଛି।

ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଏହାଛଡ଼ା ୩୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛି।

ଆଚାର୍ଯ୍ୟ ବିହାରରୁ ୬, ବମିଖାଲରୁ ୯, ଚନ୍ଦ୍ରଶେଖରପୁରରୁ ୭, ଭରତପୁରରୁ ୪, ଡୁମ୍‌ଡୁମାରୁ ୫, ପଟିଆରୁ ୧୩, ରସୁଲଗଡ଼ରୁ ୧୩, ଲକ୍ଷ୍ମୀସାଗରରୁ ୫, ଝାରପଡ଼ାରୁ ୫, ବରମୁଣ୍ଡାରୁ ୭, ଶୈଳଶ୍ରୀ ବିହାରରୁ ୯, ମଞ୍ଚେଶ୍ୱରରୁ ୯, ନୟାପଲ୍ଲିରୁ ୭, ପଳାସପଲ୍ଲୀରୁ ୪, ପାତ୍ରପଡ଼ାରୁ ୫, ସହିଦ ନଗରରୁ ୪, ଓଲ୍‌ଡ ଟାଉନ୍‌ରୁ ୧୨, ୟୁନିଟ୍‌-୮ରୁ ୫, ସୁନ୍ଦରପଦାରୁ ୬, ନୀଳାଦ୍ରି ବିହାରରୁ ୯ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୫୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୫୪୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୪୯୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Comments are closed.