Odisha Link
Bridging the Missing Links in Odisha

ପୁଣି ଥରେ ସିନେ ପରଦାରେ ନଜର ଆସିବ ନରେନ୍ଦ୍ର ମୋଦିଙ୍କ ବାୟୋପିକ

ନୂଆଦିଲ୍ଲୀ: କରୋନା କଟକଣା ଯୋଗୁ ସାରା ଦେଶରେ ସିନେମା ହଲ ଗୁଡ଼ିକ ବନ୍ଦ ରହିଛି। ଆସନ୍ତା ୧୫ ତାରିଖରେ ସମସ୍ତ ସିନେମା ହଲ ଗୁଡ଼ିକ ଖୋଲାଯିବ ।ତେବେ କିଛି ରାଜ୍ୟ ପୂର୍ବଭଳି ଅକ୍ଟୋବର ୩୧ ଯାଏ ଏଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଯେଉଁ ସବୁ ସ୍ଥାନରେ ସିନେମା ହଲ ଅକ୍ଟୋବର ୧୫ରେ ଖୋଲିବ, ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ସିନେମା ପିଏମ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ରିଲିଜ କରାଯିବ।

ଏହି ସିନେମାରେ ବିବେକ ଓବ୍ରାଏ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନୟ କରିଥିଲେ। ଗତବର୍ଷ ମେ’ ମାସରେ ସାରା ଦେଶରେ ଏହାକୁ ରିଲିଜ କରାଯାଇଥିଲା। ଏବେ ପୁଣିଥରେ ଏହାକୁ ରିଲିଜ୍ କରିବାକୁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଛି।

ସନ୍ଦୀପ ସିଂହ କହିଛନ୍ତ, ପିଏମ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ। ଏହା ୨୦୧୯ ସାଧାରଣ ନିର୍ବାଚନରେ ପ୍ରମାଣିତ ହୋଇଛି।

ଥିଏଟର ଖୋଲିବା ମାତ୍ରେ ସେଭଳି ଜଣେ ନୀତିବାନ ଓ ଆଦର୍ଶ ବ୍ୟକ୍ତିଙ୍କ ଜୀବନର ସଂଘର୍ଷ କାହାଣୀ ପୁଣିଥରେ ଦେଖିବାଠାରୁ ଭଲ କଥା ଆଉ କିଛି ହୋଇ ନପାରେ।

ମୁଁ ଏହି ଐତିହାସିକ ମୁହୂର୍ତ୍ତରେ ସାମିଲ ହୋଇଥିବାରୁ ଗର୍ବ ଅନୁଭବ କରୁଛି। ରାଜନୀତିକ ଏଜେଣ୍ଡା ଯୋଗୁ କିଛି ଲୋକ ଗତବର୍ଷ ରିଲିଜ୍ ବେଳେ ଏହାକୁ ଦେଖି ପାରି ନଥିଲେ।

ଆମର ଆଶା ଏବେ ଥିଏଟରରେ ଏହି ଫିଲ୍ମକୁ ନୂଆ ଜୀବନ ମିଳିବ ଓ ଦେଶବାସୀ ପୁଣିଥରେ ଏହାକୁ ଦେଖିବାକୁ ସକ୍ଷମ ହେବେ ବୋଲି ସେ କହିଛନ୍ତି।

Comments are closed.