Odisha Link
Bridging the Missing Links in Odisha

ସୋସିଆଲ ମିଡିଆରେ ଧୋନୀଙ୍କ ୫ବର୍ଷର ଝିଅକୁ ଦୁଷ୍କର୍ମ ଧମକ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଦଳ ଲଗାତର ଭାବେ ପରାଜୟବରଣ କରୁଛି। ଦଳ ଖେଳିଥିବା ୬ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟ ଲାଭ କରିଛି। ଅଧିନାୟକ ଧୋନୀଙ୍କ ବ୍ୟାଟିଂ ମଧ୍ୟ ନିରାଶ କରିଛି। ଦଳର ଏହି ପ୍ରଦର୍ଶନରେ ଖପ୍ପା ହୋଇଛନ୍ତି ପ୍ରଶଂସକ।

ବର୍ତ୍ତମାନ କରୋନା କଟକଣା ମଧ୍ୟରେ ୟୁଏଇରେ ଖେଳା ଯାଉଛି ଆଇପିଏଲର ୧୩ତମ ସଂସ୍କରଣ। ବିଗତବର୍ଷ ଗୁଡ଼ିକ ଆଇପିଏଲ ସଂସ୍କରଣରେ ଦମଦାର ଖେଳ ପ୍ରଦର୍ଶନ କରୁଥିବା ଚେନ୍ନାଇ ସୁପର କିଙ୍ଗସ୍‌ ଚଳିତ ସଜିନରରେ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ ଜାରି ରଖିଛି। ଏଭଳିକି ଦଳ ୬ଟି ମ୍ୟାଚ୍‌ ଖେଳି ମୋଟ ୨ ମ୍ୟାଚରେ ବିଜୟ ଲାଭ କରିଛି। ଏପରିକି ଦଳର ପ୍ରଦର୍ଶନ ସମସ୍ତ ସିଏସ୍‌କେ ଫ୍ୟାନଙ୍କୁ ନିରାଶ କରିଛି। ଏଥିପାଇଁ ଧୋନିଙ୍କର ଏବଂ ସିଏସ୍‌କେର ପ୍ରଶଂସକ ମାନେ ସୋଶିଆଲ ମିଡିଆରେ କଡ଼ା ସମାଲୋଚନା କରିଛନ୍ତି।

କୋଲକାତା ବିପକ୍ଷ ମ୍ୟାଚ ହାରିବା ପରେ ଧୋନିଙ୍କ ସମର୍ଥକ ମାନେ ସୋସିଆଲ ମିଡିଆରେ କଡ଼ା ସମାଲୋଚନ କରିଛନ୍ତି। ଏପରିକିି ଧୋନିଙ୍କ ପରିବାରକୁ ନେଇ ମଧ୍ୟ ଖରାପ ସମାଲୋଚନା କରିଛନ୍ତି ଧୋନିଙ୍କ ଫ୍ୟାନ୍ସ। ଏଥିସହିତ ସୋସିଆଲ ମିଡଆରେ ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷୀୟ ଝିଅ ଜୀବାଙ୍କୁ ଦୁଷ୍ମର୍ମ ଧମକ ଦେଇଛନ୍ତି କିଛି ବ୍ୟକ୍ତି। ଯାହାର ସ୍କ୍ରିନ୍‌ ସଟ୍‌ ଏବେ ଭାଇରାଲା ହେବାରେ ଲାଗିଛି। ଅପରପକ୍ଷେ କିଛି ୟୁଜର ଧୋନିଙ୍କ ସପକ୍ଷରେ ମନ୍ତବ୍ୟ ରଖିଥିବା ବେଳେ ଆଉ କିଛି ୟୁଜର୍ସ ଧୋନିଙ୍କ ପରିବାରକୁ ଖେଳ ବିବାଦ ମଧ୍ୟକୁ ନ ଟାଣିବା ଉଚିତ୍‌ ବୋଲି ମତ ରଖିଛନ୍ତି। ଏସବୁ ଖବର ପ୍ରକାଶ ପାଇବା ପରେ କିଛି କ୍ରିକେଟ୍ ସମୀକ୍ଷକ ଏପରି ଧମକକୁ କଡା ନିନ୍ଦା ମଧ୍ୟ କରିଛନ୍ତି।

Comments are closed.