Odisha Link
Bridging the Missing Links in Odisha

ଅର୍ଦ୍ଧ ପାଗଳି ବୃଦ୍ଧାଙ୍କୁ ସାହାଯ୍ୟ କଲେ ବ୍ରହ୍ମପୁର ବିଧାୟକ

ଵ୍ରହ୍ମପୁର :ବ୍ରହ୍ମପୁର ବିଧାୟକ ଦେଖାଇଲେ ମାନବିକତା । ରାସ୍ତାରେ ପଡିଥିବା ଅର୍ଦ୍ଧ ପାଗଳି ବୃଦ୍ଧାଙ୍କୁ ନେଇ ଅଟୋ ସାହାଯ୍ୟରେ ଘରେ ଛାଡିଲେ ।

ଦୀର୍ଘ ଦିନ ଧରି ବୃଦ୍ଧା ଜଣକ ଵ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ବୁଲି ଭିକ ମାଗିବା ସହ ରାସ୍ତା ଉପରେ ଶୋଇ ରହୁଥିଲେ। ଶେଷରେ ବିଧାୟକଙ୍କ ନଜରରେ ପଡିଲେ ବୃଦ୍ଧା ଜଣକ।  ବୃଦ୍ଧା ଜଣକଙ୍କ ଘର କୁକୁଡାଖଣ୍ଡି ଦୀପଲ ନଗର ଅଞ୍ଚଳରେ ।

ସୂଚନା ଅନୁସାରେ ବିଧାୟକ ବିକ୍ରମ ପଣ୍ଡା କୌଣସି କାମରେ ବାହାରକୁ ଯାଉଥିଲେ । ସେହି ସମୟରେ ଗଜପତିନଗର ମୁଖ୍ୟ ରାସ୍ତାରେ ବୃଦ୍ଧା ଜଣକ ଭୋକିଲା ଭାବେ ରାସ୍ତାରେ ପଡ଼ିଥିଲେ ।

ବିଧାୟକ ଏହା ଦେଖି ତୁରନ୍ତ ଗାଡିରୁ ଓହ୍ଲାଇ ବୃଦ୍ଧାଙ୍କ ନିକଟକୁ ଯାଇ ପଚରା ଉଚରା କରିଥିଲେ।ବୃଦ୍ଧା ଜଣକ ଥଙ୍ଗ ଥଙ୍ଗ ହୋଇ ପରିଚୟ ଦେଇଥିଲେ । ତୁରନ୍ତ ବିଧାୟକ ଏକ ଅଟୋ କରି ବୃଦ୍ଧାଙ୍କୁ ଜଣେ କର୍ମୀଙ୍କ ଜରିଆରେ ତାଙ୍କ ଘର କୁକୁଡାଖଣ୍ଡି ଦୀପଲ ନଗରଙ୍କୁ ନେଇ ଛାଡିଥିଲେ।

ବିଧାୟକ ବିକ୍ରମ ପଣ୍ଡା ଏଭଳି ପୂର୍ବରୁ ମଧ୍ଯ ଅନେକଥର ମାନବିକତାର ପରିଚୟ ଦେଇ ଆସିଛି। ଵ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗରୀବର ବନ୍ଧୁ କୁହାଯାଉଛି ।

Comments are closed.