Odisha Link
Bridging the Missing Links in Odisha

ଅର୍ଥନୀତିରେ ୨ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତିରେ ୨ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ଅର୍ଥନୀତି ପାଇଁ ପଲ୍ ମିଲଗ୍ରୋମ୍ ଓ ରବର୍ଟ ୱିଲସନଙ୍କୁ ମିଳିବ ୨୦୨୦ ନୋବେଲ ପୁରସ୍କାର। ନିଲାମ ପ୍ରକ୍ରିୟାର ନୂଆ ତତ୍ତ୍ୱ ପାଇଁ ଉଭୟଙ୍କୁ ନୋବେଲ ପୁରସ୍କାର ମିଳିବ ବୋଲି ଜଣାପଡିଛି।

ନୋବେଲ ପୁରସ୍କାର ସ୍ୱିଡେନର ବୈଜ୍ଞାନିକ ଅଲଫ୍ରେଡ୍ ବର୍ନାଡ୍ ନୋବଲଙ୍କ ସ୍ମୃତିରେ ଦିଆଯାଏ। ଅଲଫ୍ରେଡ୍ ବର୍ନାଡଙ୍କ ରାଶି ସ୍ୱିଡିଶ୍ ବ୍ୟାଙ୍କରେ ଜମା ଅଛି ଏବଂ ଏଥିରେ ଯେଉଁ ସୁଧ ହେଉଛି ସେଥିରେ ପ୍ରତି ବର୍ଷ ନୋବେଲ୍ ଫାଉଣ୍ଡେସନ ନୋବେଲ୍ ପ୍ରାଇଜ୍ ଦିଆଯାଏ।

Comments are closed.