Odisha Link
Bridging the Missing Links in Odisha

ରାଜଧାନୀରେ ପୁଣି ଚିହ୍ନଟ ହେଲେ ୨୬୭ ପଜିଟିଭ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୧ ଓ ସ୍ଥାନୀୟ ଅଞ୍ଚଳରୁ ୧୯୬ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ୩୪୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୬ ହଜାର ୨୮୩ କୁ ବୃଦ୍ଧି ପାଇଛି।

ମୋଟ୍ ୨୬ ହଜାର ୨୮୩ ପଜିଟିଭ ମଧ୍ୟରୁ ୧୨୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ୨୨ ହଜାର ୮୬୭ ଜଣ ସୁସ୍ଥ ଓ ୩,୨୭୨ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

Comments are closed.