Odisha Link
Bridging the Missing Links in Odisha

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଫାୟାର ଷ୍ଟେସନ ଓଭର ବ୍ରିଜ୍‌ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଛିଡା ହୋଇଥିବା ଏକ ଟ୍ରେଲର ପଛରେ ଧକ୍କା ଦେଇଛି ଟ୍ରକ୍‌। ଫଳରେ ଘଟଣାସ୍ଥଳରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

ଜାତୀୟ ରାଜପଥ ୧୬ରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ୨ଟି ଟ୍ରେଲର ଟ୍ରକ୍ ପଛକୁ ପଛ ପିଟି ହୋଇଛନ୍ତି। ଜଣେ ଟ୍ରେଲର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଥିବା ୨ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ବରମୁଣ୍ଡାରୁ ରସୁଲଗଡ଼ ଓଭରବ୍ରିଜର କଟକ ଯିବା ରାସ୍ତାରେ ଜାମ୍ ହୋଇଯାଇଛି। ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comments are closed.