Odisha Link
Bridging the Missing Links in Odisha

ନଦୀକୁ ଡେଇଁ ଦୁଇ ଭଉଣୀ ନିଖୋଜ

ବଲାଙ୍ଗିର: ଆଜି ୨ ଭଉଣୀ ନଦୀକୁ ଡେଇଁ ପଡ଼ିଛନ୍ତି ।ଏହି ଦୁର୍ଘଟଣାଟି ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ ଉପରେ ଘଟଣାଟି ଘଟିଛି।

ବ୍ରିଜ ଉପରେ ଗୋଟିଏ ସ୍କୁଟି ଓ ୨ ହଳ ଚପଲ ଥୁଆ ହୋଇଥିବା ବେଳେ ସେମାନଙ୍କ ପତ୍ତା ମିଳିପାରିନି।

ସୂଚନାଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ୨ ଯୁବତୀ ଏକ ସ୍କୁଟିରେ ଆସି ବ୍ରିଜ ଉପରେ ପହଞ୍ଚିଥିଲେ। ଏହାପରେ ଚପଲ ରଖି ୨ ଜଣ ନଦୀକୁ ଡେଇଁ ପଡ଼ିଥିଲେ।

ଖବର ପାଇ ଗୁଡଭେଲା ପୁଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଥିବା ବେଳେ ସେମାନଙ୍କ ପତ୍ତା ମିଳି ପାରିନାହିଁ।

ଅପରପକ୍ଷେ ଡେଇଁ ପଡ଼ିଥିବା ଯୁବତୀଙ୍କ ସମ୍ପର୍କୀୟ ସେଠାରେ ପହଞ୍ଚି ସେମାନେ ୨ ଭଉଣୀ ଓ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ସୂଚନା ଦେଇଛନ୍ତି।

ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.