Odisha Link
Bridging the Missing Links in Odisha

ଖୋଲିଲା ଅପରାଜିତାଙ୍କ ଅଫିସ୍

ଭୁବନେଶ୍ୱର: ସିଲ୍ ହେବାର ୮ ଦିନ ପରେ ଆଜି ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଛି।ଗତ ୧୦ ତାରିଖରେ ସାଂସଦଙ୍କ ଅଫିସ୍ ୧୫ ଦିନ ପାଇଁ ସିଲ୍ କରିଥିଲା ବିଏମସି।

ଅଫିସ୍ ପରିସରରୁ କୌଣସି ଆକ୍ରାନ୍ତ ଚିହ୍ନଟ ନ ହେବା ସତ୍ତ୍ୱେ ପୂରା କାର୍ଯ୍ୟାଳୟ କିପରି ସିଲ୍ କରାଗଲା ବୋଲି ସାଂସଦ ଅପରାଜିତା ପ୍ରଶ୍ନ କରିଥିଲେ।

ଏହା ବିଏମସିର ବେଆଇନ୍ ପଦକ୍ଷେପ ବୋଲି ସେ କହିଥିଲେ। ଏହାଦ୍ୱାରା ତାଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଛି। ତେଣୁ ସରକାରଙ୍କ ବିରୋଧରେ ମାନହାନି ମକଦ୍ଦମା କରିପାରନ୍ତି ବୋଲି ଆଜି ସୂଚନା ଦେଇଛନ୍ତି ଅପରାଜିତା।

ରାଜ୍ୟ ସରକାରଙ୍କର ଏହା ଆକ୍ରୋଶମୂଳକ ପଦକ୍ଷେପ ବୋଲି କହିବା ସହ ଛବି ମଳିନ କରିବାକୁ ଅପଚେଷ୍ଟା ହୋଇଥିବା ଅପରାଜିତା ଅଭିଯୋଗ କରିଥିଲେ।

Comments are closed.