Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ

ବାଙ୍ଗିରିପୋଷି:ବାଙ୍ଗିରିପୋଷି ଥାନା ବଣକାଟି ଛକ ନିକଟରେ ଶୁକ୍ରବାର ଦିନ ଏକ ସଡ଼ ଦୁର୍ଘଟଣା ଘଟିଥିଲା ।ଦୁର୍ଘଟଣାରେ ସ୍କୁଟି ଆରୋହୀ ଅଶୋକ କରଙ୍କର ମୃତ୍ୟୁ ଘଟିଛି।ତାଙ୍କର ବୟସ ୬୦ ବର୍ଷ ।

ତାଙ୍କର ସ୍କୁଟି ଏକ ବଲେରୋ ସହିତ ଧକ୍କା ‌ହୋଇ ଦୁର୍ଘଟଣା ଘଟିତିଲା। ଏହି ଦୁର୍ଘଟଣାରେ ଦୁର୍ଘଟଣାରେ ପ୍ରଥମେ ଗୁରୁତର ଅଶୋକଙ୍କୁ ସ୍ଥାନୀୟ ‌ଲୋକ ମିଶି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ପଣ୍ଡିତରଘୁନାଥ ମୁର୍ମୁ ମେଡିକାଲକୁ ନେଇ ଯାଇଥିଲେ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପୁଲିସ ଏକ ମାମଲା ରୁଜୁ କରି ବଲେରୋକୁ ଖୋଜୁଥିବା ଜଣାପଡିଛି। ଅଶୋକଙ୍କ ମୃତ୍ୟୁକୁ ନେଇ ବାଙ୍ଗରିପୋଷୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶନିବାର ଶବ ବ୍ୟବଚ୍ଛେଦ ପରେ ଘରେ ମୃତଦେହ ପହଞ୍ଚିଛି। ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.