Odisha Link
Bridging the Missing Links in Odisha

କାର ଦୁର୍ଘଟଣାରେ‌; ୩ ମୃତ

କଟକ: ଗତକାଲି ବିଳମ୍ବିତ ରାତି ୩ଟା ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ କେନାଲକୁ ପଶି ଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଟି NH-୧୬ ତେଲେଙ୍ଗାପେଣ୍ଠ ନିକଟରେ ରାସ୍ତାକଡ଼ରେ ଘଟିଛି ।

ସୂଚନା ଅନୁସାରେ, ଏକ କାର୍‌ରେ ୩ଜଣ ଯୁବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତେଲେଙ୍ଗାପେଣ୍ଠ ନିକଟରେ ଥିବା ରାସ୍ତାକଡ଼ କେନାଲକୁ ପଶି ଯାଇଥିଲା।

ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ୍‌ ନେବା ବାଟରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ୍‌ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରିଛି।

Comments are closed.