Odisha Link
Bridging the Missing Links in Odisha

ସାନ ଭଉଣୀ ପରେ ମିଳିଲା ବଡ଼ ଭଉଣୀର ମୃତ ଦେହ

ବଲାଙ୍ଗୀର: ତୁଷୁରା ତେଲନଦୀ ପୋଲ ଉପରୁ ୨ ଭଉଣୀଙ୍କ ନିଖୋଜ ଘଟଣାରେ ସାନ ଭଉଣୀର ମୃତଦେହ ମିଳିବା ପରେ ବଡ଼ଭଉଣୀର ମୃତଦେହ ଉଦ୍ଧାର କରାଯାଇଛି । ବଡ଼ଭଉଣୀ ନାଁ ଅନମୋଲ ଅଗ୍ରୱାଲ ।
ବଡ଼ ଭଉଣୀର ମୃତଦେହକୁ ବୌଦ୍ଧ ଜିଲ୍ଲା ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ମୃତଦେହ ଉଦ୍ଧାର କରାଯାଇଛି ।

ଆଜି ସକାଳେ ବଡ଼ତେଣ୍ଡା ନିକଟରୁ ସାନଭଉଣୀ ଆଞ୍ଚଲ ଅଗ୍ରୱାଲର ମୃତଦେହ ମିଳିଥିଲା । ତରଭା ସିଂଘାରୀ ପଞ୍ଚାୟତ ଅନ୍ତର୍ଗତ ବଡ଼ତେଣ୍ଡା ନଦୀ କୂଳରୁ ଆଞ୍ଚଳର ମୃତଦେହ ଠାବ କରାଯାଇଥିଲା । ଗତ ୧୫ ତାରିଖରେ ତୁଷୁରା ତେଲନଦୀରୁ ୨ ଭଉଣୀ ନିଖୋଜ ଥିଲେ ।

Comments are closed.