Odisha Link
Bridging the Missing Links in Odisha

୭ ମାସ ପରେ ଖୋଲିଲା ଧଉଳି ଶାନ୍ତି ସ୍ତୁପ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସବୁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ହୋଇରହିଥିଲା। ଅନ୍‌ଲକ୍-୫ରେ ଏବେ କିଛି କିଛି ପର୍ଯ୍ୟଟନ ସ୍ଥଳୀ ଖୋଲିବାରେ ଲାଗିଛି। ଏହାରି ମଧ୍ୟରେ ଦୀର୍ଘ ୭ ମାସର ବ୍ୟବଧାନ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶାନ୍ତି ସ୍ତୁପ ଧଉଳି। ଆଜି ରାଜଧାନୀରେ ଥିବା ଧଉଳି ପାହାଡ ଉପରେ ଥିବା ଶାନ୍ତି ସ୍ତୁପ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି। ଧଉଳି ପରିଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକ ମାନେ ସମସ୍ତ କୋଭିଡ କଟକଣା ମାନିବାକୁ ବାଧ୍ୟତାମୂଳକ।

ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ଏହି ଶାନ୍ତି ସ୍ତୁପକୁ ବନ୍ଦ ରଖାଯାଇଥିଲା। ଧଉଳି ଖୋଲିବା ସହ ଏଠାରେ ବେପାର କରୁଥିବା ବ୍ୟବସାୟୀ ମାନେ ନିଜ ନିଜ ଦୋକାନ ମଧ୍ୟ ଖୋଲିଛନ୍ତି।

Comments are closed.