Odisha Link
Bridging the Missing Links in Odisha

ଆସନ୍ତା ପହିଲାରୁ ବଦଳିବ ଏଲ୍‌ପିଜି ସିଲିଣ୍ଡର ଡେଲିଭରି ନିୟମ

ନୂଆଦିଲ୍ଲୀ: ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମ ବଦଳିବାକୁ ଯାଉଛି। ସିଲିଣ୍ଡରରେ କଳା ବଜାରିକୁ ରୋକିବା ପାଇଁ ନଭେମ୍ବର ୧ ରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ଏଲପିଜି ସିଲିଣ୍ଡର ହୋମ ଡେଲିଭରି ସମ୍ପୂର୍ଣ୍ଣ ସିଷ୍ଟମ ବଦଳିବାକୁ ଯାଉଛି।ଆସନ୍ତା ପହିଲାରୁ ଏଲ୍‌ପିଜି ଗ୍ୟାସ ହୋମ୍ ଡେଲିଭରି ପାଇଁ ଓଟିପି (ୱାନ୍ ଟାଇନ୍ ପାସ୍ୱାର୍ଡ) ଆବଶ୍ୟକ ହେବ। ଏନେଇ ତୈଳ ଓ ଇନ୍ଧନ କମ୍ପାନୀଗୁଡ଼ିକ ଡେଲିଭରି ଅଥେଣ୍ଟିକେସନ୍ କୋଡ୍ ଏକ ନୂଆ ସିଷ୍ଟମ ଆଣିବାକୁ ଚାହୁଁଛନ୍ତି।

ଏହି ନୂଆ ବ୍ୟବସ୍ଥା ଗ୍ରାହକଙ୍କ ପାଇଁ ସୁବିଧାନଜନକ ହେବ। ଏଥିପାଇଁ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ନେଇ ଓଟିପି ଆସିବ। ଗ୍ରାହକ ଓଟିପି ଦେଖାଇଲେ ଯାଇ ଗ୍ୟାସ୍ ଡେଲିଭରି ଦିଆଯିବ। ଫଳରେ ଠକାମୀ ନ ହୋଇ ଠିକ୍ ଗ୍ରାହକଙ୍କ ପାଖରେ ସିଲିଣ୍ଡର ପହଞ୍ଚିବ। ଯଦି ଗ୍ରାହକଙ୍କ ନୂଆ ମୋବାଇଲ୍ ନମ୍ବର ପଞ୍ଜିକରଣରେ ଅପଡେଟ ହୋଇନାହିଁ ତେବେ ଗ୍ୟାସ୍ ଡେଲିଭରି କରିବାକୁ ଆସୁଥିବା ବ୍ୟକ୍ତି ଗ୍ରାହକଙ୍କ ଆପ୍ ବ୍ୟବହାର କରି ନମ୍ବର ଅପ୍‌ଡେଟ୍ କରାଇପାରିବେ।

Comments are closed.