Odisha Link
Bridging the Missing Links in Odisha

ଦଶାହ କାର୍ଯ୍ୟବେଳେ ବଜ୍ରପାତ, ୨ ମୃତ

ଜଗତସିଂହପୁର: ଦଶାହ କାର୍ଯ୍ୟବେଳେ ବଜ୍ରପାତ। ଜଗତସିଂହପୁର ଜିଲ୍ଲା ବିରିଡି ଥାନା ପୁରଣ ବାରେଡ଼ିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନଦୀରେ ଗାଧୋଉଥିବା ବେଳେ ବଜ୍ରପାତରେ ଦୁଇଜଣ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ବାରେଡ଼ିଆ ଗାଁର ବିଷ୍ଣୁ ଚରଣ ବହାଲିଆ ଓ ପ୍ରମୋଦ ବହାଳିଆ।

ସୂଚନାଯୋଗ୍ୟ, ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ସାମିଲ ହୋଇ ନଦୀରେ ଗାଧୋଉଥିବା ବେଳେ ବଜ୍ରାପାତ ହୋଇଥିଲା। ବଜ୍ରାପାତରେ ୨ ଜଣଙ୍କ ଜୀବନ ମୃତ୍ୟୁ ଘଟିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଦଶାହ କାର୍ଯ୍ୟରେ ଆଉ ପୁଣି ଦୁଇଜଣଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

Comments are closed.