Odisha Link
Bridging the Missing Links in Odisha

ଭାରତରେ ମୁସଲମାନଙ୍କ ସହିତ ଭେଦଭାବ ହେଉଛି: ଶଶୀ ଥରୁର

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ସାହିତ୍ୟକାର ଶଶୀ ଥରୁର ପାକିସ୍ତାନର ଏକ ଲିଟରେଚର ସଭାରେ ଭାରତକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚାକୁ ଆସିଛନ୍ତି। ଲାହୋରରେ ଅନୁଷ୍ଠିତ ଲିଟରେଚର ଫେଷ୍ଟିଭାଲରେ ଭର୍ଚୁଆଲ୍ରେ ସାମିଲ ହୋଇଥିଲେ ଶଶୀ ଥରୁର। ସେଠାରେ ଶଶୀ ଥରୁର ପାକିସ୍ତାନ ମଞ୍ଚରେ କହିଛନ୍ତି ଯେ, ଭାରତରେ ମୁସଲମାନ ଓ ଉତ୍ତର ପୂର୍ବାଞ୍ଚଳ ଲୋକଙ୍କ ସହ ଭେଦଭାବ ହୋଇଥାଏ। କରୋନା ମହାମାରୀ ସମୟରେ ଦେଶରେ ଭେଦଭାବ ବୃଦ୍ଧି ପାଇଥିଲା। ଦିଲ୍ଲୀରେ ହୋଉଥିବା ତବଲିଗି ଜମାତ ସମ୍ପର୍କରେ ସେ କହିଛନ୍ତି ଯେ, ଭାରତରେ ମୁସଲମାନଙ୍କ ବିରୋଧରେ ଭେଦଭାବ ଦର୍ଶାଇବାକୁ ଏହି ମାମଲାକୁ ବ୍ୟବହାର କରାଯାଇଥିଲା।

ସେ ଅହୁରି କହିଛନ୍ତି, ଭାରତରେ ଉତ୍ତର ପୂର୍ବାଞ୍ଚଳ ଲୋକଙ୍କ ସହ ଭେଦଭାବ ସମସ୍ୟା ଦେଖିବାକୁ ମିଳିଥାଏ କାରଣ ସେମାନେ ଅଲଗା ଦେଖାଯାନ୍ତି। ଏହି ଭେଦଭାବ ବିରୋଧରେ ଆମେ ଭାରତରେ ଲଢେଇ କରୁଛୁ। ଏହି ଭେଦଭାବ କରୋନା ମହାମାରୀ ସମୟରେ ମଧ୍ୟ ନଜର ଆସିଥିଲା ଯେତେବେଳେ ତବଲିଗି ଜମାତ ପ୍ରସଙ୍ଗ ଉଠିଥିଲା। କୋରନା ସଂକ୍ରମଣ ବ୍ୟାପକ କରିବାରେ ତବଲିଘ୍ ଜମାତକୁ ଦାୟୀ କରାଯିବା, ଦେଶରେ ମୁସଲିମ୍ ସଂପ୍ରଦାୟ ପ୍ରତି ମନୋଭାବ ସ୍ପଷ୍ଟ କରୁଛି। ଏଥି ସହିତ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ଶଶୀ ଥରୁର।

କଂଗ୍ରେସ ସାଂସଦ ଶଶୀ ଥରୁରଙ୍କର ଏଭଳି ବିବାଦୀୟ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେପି। ପାକିସ୍ତାନର ଏକ ସାହିତ୍ୟ ସଭାରେ ଭାରତକୁ ନେଇ ଏପରି ନକରାତ୍ମକ ବୟାନ ଦେଇ ଶଶୀ ଥରୁର କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି। କଂଗ୍ରେସର ନେତା ବାରମ୍ୱାର ଦେଶ ବିରୋଧୀ ବୟାନ୍ ରଖି ଦେଶକୁ ବିଦେଶ ମାଟିରେ ଅପମାନିତ କରିବାର ମୂଳ ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ସଂବିତ ପାତ୍ର।

Comments are closed.