Odisha Link
Bridging the Missing Links in Odisha

ଟ୍ରାଫିକ ପୋଲିସଙ୍କ ଅନନ୍ୟ ସେବା

କଟକ: ଟ୍ରାଫିକ ପୋଲିସଙ୍କ ଅନନ୍ୟ ସେବା। କଟକ ଶିଖରପୁର ଛକରେ ରାସ୍ତା ଉପରେ ଗୋଡି ଓ ବାଲି ପଡିରହୁଥିବା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟେ। ଯାହା ଆଜି ସେଠାରେ କାର୍ଯ୍ୟ କରୁଥିବା ଟ୍ରାଫିକ କର୍ମଚାରୀ ଲଳିତ ରାଉତ ଦେଖି ସଙ୍ଗେ ସଙ୍ଗେ ଝାଡୁ ଧରି ଉକ୍ତ ବାଲି ଓ ଚିପ୍ସ ସଫା କରିଥିଲେ। ଏଭଳି କାର୍ଯ୍ୟ ଦ୍ବାରା ଟ୍ରାଫିକ କର୍ମଚାରୀ ଲଳିତ ରାଉତ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କର ପାଇଁ  ପ୍ରେରଣାର ଉତ୍ସ ପାଲଟି ଯାଇଛିନ୍ତି। ଏଥିସହ ପୋଲିସ ବିଭାଗର ନାମ ସୁନାମିତ କରିବା ସହ ଲଳିତଙ୍କ ଏହି ମହାନ କାମକୁ ଚାରିଆଡୁ ପ୍ରଶଂସା ମିଳୁଛି।

ପୂର୍ବରୁ ମଧ୍ୟ ଲଳିତ ରାଉତ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଆଗରୁ ୪ ଜଣଙ୍କର ଜୀବନ ବଞ୍ଚାଇ ନିଜ ସାହସର ପରିଚୟ ଦେଇଥିଲେ ଲଳିତ। ଯେଉଁଥିପାଇଁ ତାଙ୍କୁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଥିଲା।

Comments are closed.