Odisha Link
Bridging the Missing Links in Odisha

ଟ୍ବିଟ୍‌ରକୁ ଫେରିଲେ ଅପସରା ରାଣୀ, ରବି ତେଜାଙ୍କ ସହ ସେୟାର କଲେ ଫଟୋ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ସମସ୍ତଙ୍କୁ ନିଜ ଅନ୍ଦାଜରେ ଦିଓ୍ବାନା କରିଥିଲେ ବଲିଉଡ ଅଭିନେତ୍ରୀ ଅପସରା ରାଣୀ। ନିଜ ଭିନ୍ନ ଅନ୍ଦାଜ, ବୋଲ୍ଡ ଫୋଟୋ ସୁଟ୍‌ ଓ ଆକ୍ସନ ଥ୍ରୀଲର ମୁଭି ପାଇଁ ଚର୍ଚ୍ଚାରେ ଥିଲେ ସେ। ସୋସିଆଲ ମିଡିଆରେ ହଠାତ୍‌ ଟ୍ରେଣ୍ଡ ହୋଇଥିଲେ ଅପସରା। ହେଲେ କୌଣସି କାରଣ ବଶତଃ ଗତ ଅଗଷ୍ଟ ମାସରେ ଅପସରା ରାଣୀଙ୍କ ଟ୍ବିଟ୍‌ର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଥିଲା ଟ୍ବିଟ୍‌ର। ଏହାସତ୍ତ୍ବେ ଇନ୍‌ଷ୍ଟାଗ୍ରାମ୍‌ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ୍‌ ସକ୍ରିୟ ଥିଲେ ଅପସରା। ପାଖାପାଖୀ ଦେଢ଼ ମାସରୁ ଉର୍ଦ୍ଧ୍ବ ସମୟ ପରେ ପୁଣିଥରେ ଟ୍ବିଟ୍‌ରକୁ ଆସିଛନ୍ତି ଅପସରା। ବର୍ତ୍ତମାନ ସେ ଏକ ନୂଆ ଟ୍ବିଟ୍‌ର ଆକାଉଣ୍ଟ ଖୋଲିଛନ୍ତି।

ଏବେ ନୂଆ ଆକାଉଣ୍ଟ କ୍ରିଏଟ୍ କରି ସାଉଥ୍‌ ଷ୍ଟାର ରବି ତେଜାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି ଅପସରା। ଟ୍ବିଟ୍‌ରରେ ସକ୍ରିୟ ନଥିଲେ ବି ଇନ୍‌ଷ୍ଟାଗ୍ରାମରେ ତାଙ୍କର ସୁଟିଂ ସେଟ୍‌ର ସମସ୍ତ ଫଟୋ ପୋଷ୍ଟ କରୁଥିଲେ ଅପସରା। ଗତକିଛି ଦିନ ତଳେ ବଲିଉଡ୍‌ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ସହ ତାଙ୍କର ଡ୍ୟାନ୍ସ ଭିଡିଓ ସେୟାର କରିଥିଲେ। ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ଡେଞ୍ଜରସ୍‌ର ସୁଟିଂ ଗୋଆରେ ଚାଲିଛି।

Comments are closed.