Odisha Link
Bridging the Missing Links in Odisha

ଆଜିଠୁ ଖୋଲିଲା ଭିତରକନିକା

କେନ୍ଦ୍ରାପଡା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କରୋନା ପାଇଁ ଭିତରକନିକା ବନ୍ଦ ଥିବାବେଳେ ବେଳେ ଏବେ ଆସ୍ତେ ଆସ୍ତେ ସବୁ ସ୍ୱାଭାବିକ ହେବା ହେତୁ ରାଜ୍ୟ ସରକାର ଭିତରକନିକାକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କୋଭିଡ୍ କଟକଣା ମାନି ଜାତୀୟ ଉଦ୍ୟାନ ବୁଲି ପାରିବେ ପର୍ଯ୍ୟଟକ। ଏଣିକି ଦିନବେଳା ଭିତରକନିକା ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲା ରହିବ।

ଦିନକୁ ସର୍ବାଧିକ ୫୦୦ ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ। ମାତ୍ର ଏକକାଳୀନ ଭାବେ ୫ଶହରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ନାହିଁ। ଏଥିସହ କୋଭିଡ୍ ସଂକ୍ରମଣର ଲକ୍ଷଣ ଥିବା ପର୍ଯ୍ୟଟକ ପ୍ରବେଶ କରିପାରିବେ ନାହିଁ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଏହି ସମୟରେ ଉଭୟ ପର୍ଯ୍ୟଟକ, ବନ କର୍ମଚାରୀ, ବୋଟ୍ ଚାଳକ ମାନେ କୋଭିଡ କଟକଣା ମାନିବା ସହ ଜାତୀୟ ଉଦ୍ୟାନର ସୁରକ୍ଷ। ପ୍ରତି ଯତ୍ନ ଦେବାକୁ ପରାମର୍ଶ ଦିଆଯାଇଛି।

ଗତ ୧ ତାରିଖ ଠାରୁ ମାତ୍ର ୩୬ ପର୍ଯ୍ୟଟକ ଓ ରାତ୍ରୀ ଯାପନ କରିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଭିତରକନିକା ବୁଲିପାରିବେ ବୋଲି ନିର୍ଦ୍ଦେଶ ଜାରି କରିଥିଲେ ସରକାର। ଯାହା ଦ୍ବାରା ଦିନ ବେଳା ଆସିବାକୁ ଚାହୁଁଥିବା ପର୍ଯ୍ୟଟକ ମାନେ ନିରାଶ ହେଉଥିଲେ।

Comments are closed.