Odisha Link
Bridging the Missing Links in Odisha

ଜନ୍ମଦିନ ପାର୍ଟି ପାଳନ ବେଳେ ସିଲ୍ ହେଲା ବାର୍

ଭୁବନେଶ୍ବର: ଭୁବନେଶ୍ବର ଇନଫୋସିଟି ସ୍ଥିତ ଇକୋସ୍ ବାର୍‌ ସିଲ୍। କୋଭିଡ୍ କଟକଣାର ଉଲଂଘନ ହୋଇଥିବା ଅଭିଯୋଗରେ କମିଶନରେଟ୍ ପୋଲିସ୍ ଉକ୍ତ ବାରକୁ ସିଲ୍ କରିଛି। ବାରରେ ଏକ ଜନ୍ମଦିନ ପାର୍ଟି ପାଳନ କରାଯାଉଥିଲା। ପାର୍ଟିରେ ଅଧିକ ସଂଖ୍ୟକ ଲୋକ ସାମିଲ ହେବା ସହ ସାମାଜିକ ଦୂରତ୍ୱକୁ ପାଳନ କରିନଥିଲେ। ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ୱିତ ରାତ୍ରିରେ ଜନ୍ମଦିନ ପାର୍ଟି ପାଳନ କରାଯାଉଥିଲା। ପୋଲିସ ଏନେଇ ଖବର ପାଇ ସେଠାରେ ପହଞ୍ଚିଥିଲ ଏବଂ ବାର୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛି। ତେବେ ଯେଉଁମାନେ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ସେମାନଙ୍କୁ ଜରିମାନା ଦେବାକୁ ପଡିବ। ସେହିଭଳି ଅନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ। ଏଥିସହ ପୋଲିସ ରାଜଧାନୀର ସବୁ ବାର୍ ଓ ହୋଟେଲକୁ ଏଭଳି ଅଚାନକ ଗସ୍ତ କରି କୋଭିଡ କଟଣାଜନିତ ସ୍ଥିତି ପରଖିବା ଉପରେ ଗୁରୁତ୍ୱ ଦେଉଛି।

Comments are closed.