Odisha Link
Bridging the Missing Links in Odisha

ଆଇପିଏଲ ଇତିହାସରେ ପ୍ରଥମ: ଗୋଟିଏ ଦିନରେ ଖେଳା ଗଲା ୩ଟି ସୁପର ଓଭର

ଦୁବାଇ: ରୋମାଞ୍ଚକ ସ୍ଥିତିରେ ଫଟାଫଟ୍‌ କ୍ରିକେଟ୍‌ ଲିଗ୍‌ ଆଇପିଏଲ। ରବିବାର ଦିନ କ୍ରିକେଟ ପ୍ରେମୀ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ପାଇଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଥର ଗୋଟିଏ ଦିନରେ ତିନୋଟି ସୁପର ଓଭର ଦେଖିବାକୁ ମିଳିଛି। ଦିନର ପ୍ରଥମ ମ୍ୟାଚ୍‌ରେ ଗୋଟିଏ ସୁପର ଓଭର ହୋଇଥିବା ବେଳେ ମୁମ୍ବାଇ ଓ ପଞ୍ଜାବ ବିପକ୍ଷ ଦ୍ଵିତୀୟ ମ୍ୟାଚ୍‌ରେ ଦୁଇଟି ସୁପର ଓଭର ଖେଳାଯାଇଛି। ମ୍ୟାଚ୍‌ର ଫଇସଲା ପାଇଁ ଦୁଇଟି ଦୁଇଟି ସୁପର ଓଭରର ସାହାରା ନେବାକୁ ପଡିଥିଲା।

ପ୍ରଥମେ ମ୍ୟାଚ୍‌ ଟାଇ ରହିବା ପରେ ସୁପର ଓଭର ଖେଳା ଯାଇଥିଲ। ଯଶପ୍ରୀତ ବୁମରା ବୋଲିଂ କରିଥିବା ସୁପର ଓଭରରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୫ ରନ କରିଥିଲା। ହେଲେ ପଞ୍ଜାବ ପକ୍ଷରୁ ସୁପର ଓଭର ଦେଇଥିବା ମହମ୍ମଦ ସାମି ରୋହିତ ଓ ଡିକକ୍‌ ଯୋଡିଙ୍କୁ ମଧ୍ୟ ୫ ରନରେ ସୀମିତ ରଖିଥିଲେ। ପ୍ରଥମ ସୁପର ଓଭର ଟାଇ ରହିବା ପରେ ଦ୍ଵିତୀୟ ସୁପର ଓଭର ଖେଳାଯାଇଥିଲା। ଦ୍ଵିତୀୟ ସୁପର ଓଭରରେ ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡ ବ୍ୟାଟିଂ କରିଥିଲେ। ମୁମ୍ବାଇ ୧୧ ରନ ସଂଗ୍ରହ କରିଥିବା ବେଳେ ପଞ୍ଜାବ ଏହି ଲକ୍ଷ୍ୟକୁ ହାସଲ କରି ଗୁରୁତ୍ଵପୂର୍ଣ୍ଣ ୨ ପଏଣ୍ଟ ହାସଲ କରିଛି।

ରବିବାର ଖେଳାଯାିଥିବା ପ୍ରଥମ ମ୍ୟାଚର ପ୍ରଥମ ସୁପର ଓଭରରେ କୋଲକାତା ନାଇଟ୍ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାକୁ ପରାସ୍ତ କରିଥିବା ବେଳେ ଦ୍ଵିତୀୟ ମ୍ୟାଚ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ମୁମ୍ଵାଇକୁ ପରାସ୍ତ କରି ଗୁରୁତ୍ଵପୂର୍ଣ୍ଣ ବିଜୟ ହାସଲ କରିଛି। ଅନ୍ୟପଟେ ପଞ୍ଜାବ ପ୍ଲେଅଫ ଦୌଡରୁ ବାଦ୍‌ ପଡୁ ପଡୁ ଅଳ୍ପକେରୁ ବର୍ତ୍ତି ଯାଇଛି। ଅପରପକ୍ଷେ ରବିବାର ମ୍ୟାଚ୍‌ ଖେଳି ସୋମବାର ବିଜୟ ଲାଭ କରିଛି କିଙ୍ଗସ୍‌ ଏକାଦଶ ପଞ୍ଜାବ। ଏହା ମଧ୍ୟ ଆଇପିଏଲ ଇତିହାସରେ ବିରଳ।

Comments are closed.