Odisha Link
Bridging the Missing Links in Odisha

ଆଇପିଏଲ ଇତିହାସରେ ନୂଆ ରେକର୍ଡ, ପ୍ରଥମ ଖେଳାଳି ଭାବେ ଏହି କୀର୍ତ୍ତିମାନର ଅଧିକାରୀ ହେଲେ ଧୋନୀ

ଅବୁଧାବି: ସୋମବାର ଆଇପିଏଲ ଲିଗର ୩୭ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହୋଇଥିଲେ। କର ବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସିଏସ୍‌କେକୁ ମାତ୍‌ ଦେଇ ବିଜିୟ ହାସଲ କରିଛି। ଚେନ୍ନାଇର ୧୨୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୧୭.୩ ଓଭରରେ ଟାର୍ଗେଟ ହାସଲ କରିନେଇଥିଲା। ଏହାସହ ରାଜସ୍ଥାନ ପ୍ଲେ ଅପର ଆଶା ଉଜ୍ଜୀବିତ ରଖିଛି। ତେବେ ଚେନ୍ନାଇର ପ୍ଲେ ଅଫ୍ ଆଶା ପ୍ରାୟତଃ ମଉଳି ଯାଇଛି ।କିନ୍ତୁ ପଏଣ୍ଟ ଟେବୁଲର ନେଟ୍ ରନ୍ ରେଟ୍ ଉପରେ ନିର୍ଭର କରେ।

ଅନ୍ୟପଟେ ଦଳ ହାରି ଥିଲେ ସୁଦ୍ଧା ଧୋନୀଙ୍କ ନାମରେ ଦୁଇ ଦୁଇଟି ରେକର୍ଡ। ସୋମବାର ଆଇପିଏଲରେ ନୂଆ ଇତିହାସ ରଚିଛନ୍ତି ମହେନ୍ଦ୍ର ସିଂ ଧୋନୀ। ସେ ପ୍ରଥମ ଖେଳାଳି ଭାବେ ଆଇପିଏଲରେ ୨୦୦ ତମ ମ୍ୟାଚ୍‌ ଖେଳିଛନ୍ତି। ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ଧୋନି ପଡ଼ିଆକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି।

ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆଇପିଏଲରେ ସବୁଠାରୁ ଅଧିକ ମ୍ୟାଚ୍‌ ଖେଳିବାର ରେକର୍ଡ ସୁରେଶ ରାଇନାଙ୍କ ନାଁରେ ରହିଥିଲା। ହେଲେ ଆଇପିଏଲର ୧୩ତମ ସଂସ୍କରଣରୁ ରାଇନା ନିଜକୁ ଦୂରେଇ ନେବାରୁ ଧୋନୀ ଏବେ ଅଧିକ ମ୍ୟାଚ୍‌ ଖେଳିବାର ରେକର୍ଡ ନିଜ ନାଁରେ କରିଛନ୍ତି।ଧୋନିଙ୍କ ପୂର୍ବରୁ ରୋହିତ ଶର୍ମା ଗତକାଲି ତାଙ୍କ ଆଇପିଏଲ କ୍ୟାରିୟରର ୧୯୭ତମ ମ୍ୟାଚ୍‌ ପଞ୍ଜାବ ବିପକ୍ଷରେ ଖେଳିଥିଲେ। ସେହିପରି ସୁରେଶ ରାଇନା ୧୯୩, ଦୀନେଶ କାର୍ତ୍ତିକ ୧୯୧ ଓ ବିରାଟ କୋହଲି ୧୮୬ଟି ମ୍ୟାଚ୍‌ ଖେଳିଛନ୍ତି।

ଅପରପକ୍ଷେ ଧୋନୀ ଅଧିନାକୟ ଭାବେ ସବୁଠାରୁ ଅଧିକ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଛନ୍ତି। ସେ ଦଳ ପାଇଁ ୧୮୪ଟି ମ୍ୟାଚ୍‌ରେ କ୍ୟାପ୍ଟେନଶିପ କରିଛନ୍ତି। ଅନ୍ୟପକ୍ଷରେ ଧୋନି ସୋମବାର ଚେନ୍ନାଇ ପାଇଁ ୪୦୦୦ ରନ୍‌ ସଂଗ୍ରହ କରିବାର ରେକର୍ଡ ମଧ୍ୟ କରିଛନ୍ତି।

Comments are closed.