Odisha Link
Bridging the Missing Links in Odisha

ରାଜ୍ୟରେ ପାଳନ ହେଲା ପୋଲିସ ସହିଦ ଦିବସ

ଭୁବନେଶ୍ଵର: ରାଜ୍ୟ ପୋଲିସ ପକ୍ଷରୁ ଆଜି ୬୧ତମ ସହିଦ୍ ଦିବସ ପାଳନ କରାଯାଉଛି। କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପାଳନ କରାଯିବା ସହ ଭୁବନେଶ୍ୱର ରିଜର୍ଭ ପୋଲିସ ପଡ଼ିଆରେ ପାଳନ କରାଯାଉଛି। ସହିଦ ଦିବସ ଅବସରରେ କରୋନାରେ ସହିଦ ହୋଇଥିବା ୪୧ ଜଣ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପୋଲିସ ଡିଜି ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ଭୁବନେଶ୍ୱର ରିଜର୍ଭ ପୋଲିସ ପଡ଼ିଆରେ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Comments are closed.