Odisha Link
Bridging the Missing Links in Odisha

ତୀର ମାଡ଼ରେ ଚାଲିଗଲା ଜୀବନ

ମୟୂରଭଞ୍ଜ: ଗୋରୁମହିଷାଣୀ ଥାନା କୁକୁଡ଼ିମୁଣ୍ଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ବିବାଦରୁ ଜଣେ ଯୁବକଙ୍କ ତୀରମାଡ଼ରେ ଅନ୍ୟ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକ ହେଲେ ସମରା ହେହୁରୀ। ତୀର ମାଡ଼ କରିଥିବା ଅଭିଯୁକ୍ତ ଛୋଟରାୟ ଦେହୁରୀ ଫେରାର ହୋଇଯାଇଥିବା ଜଣାଯାଇଛି।

ପ୍ରକାଶ ଯେ, ସମରା ଓ ଛୋଟରାୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଗତକାଲି ସନ୍ଧ୍ୟା ସମୟରେ ସମରା ଘର ବାହାରେ ଛିଡ଼ା ହୋଇ ନିଜ ପତ୍ନୀଙ୍କ ସହ କଥା ହେଉଥିଲେ। ଏହି ସମୟରେ ଛୋଟରାୟ କିଛି ଦୂରରୁ ତାଙ୍କୁ ତୀରମାଡ଼ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସମାରାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବ ବୋଲି ଜଣାଯାଇଛି।

Comments are closed.