Odisha Link
Bridging the Missing Links in Odisha

ଶିଖର ଧାଓ୍ବନଙ୍କ ନାମରେ ନୂଆ ରେକର୍ଡ, ପ୍ରଥମ ଖେଳାଳି ଭାବେ ରଚିଲେ ଇତିହାସ

ଦୁବାଇ: ଚଳିତ ଆଇପିଏଲ ସିଜିନରେ ଗୋଟିଏ ପରେ ଗୋଟିଏ ରେକର୍ଡ ବର୍ଷା ହେଉଛି। ମଙ୍ଗଳବାର ଆଉ ନୂଆ ରେକର୍ଡ ରଚିଲେ ଦିଲ୍ଲୀ କ୍ୟାପିଟାଲ୍ସର ଓପନର ବ୍ୟାଟସମ୍ୟାନ୍‌ ଶିଖର ଧାଓ୍ବନ। ଚଳିତ ସିଜିନରେ ଦମଦାର ଫର୍ମରେ ଥିବା ଧାଓ୍ବନ ମଙ୍ଗଳବାର କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ଶତକ ଅର୍ଜନ କରିଛନ୍ତି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଶତକ ମାରିଛନ୍ତି। ଆଇପିଏଲରେ ଏହା ଧାଓ୍ବନଙ୍କ ୨ୟ ଶତକ। କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଦୁଇଟି ଶତକ ହାସଲ କରିବାରେ ପ୍ରଥମ ଖେଳାଳି ହେଲେ ଧାଓ୍ବନ।

ଧାଓ୍ବନ ନିଜ କ୍ରିକେଟ କ୍ୟାରିୟରରେ ୩୪ଟି ଟେଷ୍ଟ, ୧୩୬ଟି ଦିନିକିଆ ଓ ୬୧ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟ ମ୍ୟାଚରେ ୨୩୧୫ ରନ୍, ଦିନିକିଆରେ ୫୬୮୮ ଓ ଟି-୨୦ ମ୍ୟାଚରେ ମୋଟ ୧୫୮୮ ରନ୍‌ କରିଛନ୍ତି।

Comments are closed.