Odisha Link
Bridging the Missing Links in Odisha

ଫେସ୍‌ବୁକ୍‌ରେ ଭିଡିଓ ଖୋଜିବା ହେଲା ଆହୁରି ସହଜ, କେମିତି ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିର ସମୟରେ ପ୍ରାୟତଃ ସମସ୍ତେ ସାମାଜିକ ଗଣମାଧ୍ୟମ ବିଷୟରେ ଉଣା ଅଧିକେ ଜାଣିଥିବେ। ସାମାଜିକ ଗଣମାଧ୍ୟମରୁ ସବୁଠାରୁ ବଡ଼ ପ୍ଲାଟଫର୍ମ ମଧ୍ୟରୁ ଫେସ୍‌ବୁକ୍‌ ଅନ୍ୟତମ। ପ୍ରାୟତଃ ସମସ୍ତେ ଫେସବୁକ୍‌ ବ୍ୟବହାର କରିଥାଆନ୍ତି। ଫେସବୁକ୍‌ ମାଧ୍ୟମରେ ନିଜ ନିଜ ଫଟୋ, କିଛି ସୂଚନା ଆଦି ସେୟାର କରିଥାଆନ୍ତି। ଅପାଣ ଫେସବୁକ୍‌ ବ୍ୟବହାର କରିବା ସମୟରେ ଆପଣଙ୍କ ଟାଇମ୍‌ଲାଇନ୍‌ରେ ଅନେକ ଭିଡିଓ ଆସିଥିବାର ଦେଖିଥିବେ ନିଶ୍ଚୟ। ସେମଧ୍ୟରୁ କିଛି ଭିଡିଓ ମନକୁ ପାଇଥାଏ ତ ଆଉ କିଛି ପାଇ ନଥାଏ। ବେଳେବେଳେ ଆମେ କିଛି ଭିଡିଓକୁ ପୁନର୍ବାର ଦେଖିବାକୁ ଚାହୁଁଥିଲେ ବି ସର୍ଚ୍ଚ କରିବା ବେଳେ ସମସ୍ୟା ହୁଏ। ତେବେ ୟୁଜରଙ୍କ ଏହି ସମସ୍ୟାକୁ ସମାଧାନ କରିବାକୁ ଫେସ୍‌ବୁକ୍‌ ନିଜ ଭିଡିଓ ପ୍ଲାଟଫର୍ମରେ କେତେକ ନୂଆ ଫିଚର ଲଞ୍ଚ୍‌ କରିଛି। ଏହା ସାହାଯ୍ୟରେ ଆପଣଙ୍କୁ ଭିଡିଓ ଖୋଜିବାରେ ସହଜ ହେବ।

ଫେସ୍‌ବୁକ ତରଫରୁ ସୋମବାର କୁହାଯାଇଛି ଯେ ‘ଏବେ ଆପଣ ନିଜ ପସନ୍ଦର ପେଜ୍‌ କିମ୍ବା ପ୍ରୋଫାଇଲକୁ ଫଲୋ କରିବା ସହ ନିଜ ପସନ୍ଦର ଟପିକ୍‌କୁ ବି ଫଲୋ କରିପାରିବେ। ଟପିକ୍‌ ସାହାଯ୍ୟରେ ଆପଣ ନିଜ ଫିଡ୍‌ରେ ଦେଖାଯାଉଥିବା ଭିଡିଓକୁ ନିଜ ଅନୁସାରେ ଏଡିଟ୍‌ କରିପାରିବେ। ଅର୍ଥାତ୍‌ ଆପଣ ଯେଉଁ ବିଷୟକୁ ସେଟ୍‌ କରିବେ କେବଳ ସେହି କଣ୍ଟେଣ୍ଟ ହିଁ ଆପଣଙ୍କ ଟାଇମ୍‌ଲାଇନ୍‌ରେ ଦେଖାଇବ’।

ପ୍ରଥମେ ଆମେରିକାର ୟୁଜରଙ୍କ ପାଇଁ ଏହି ଫିଚର ଲଞ୍ଚ୍‌ କରାଯାଇଛି। ଏବେ ୟୁଜର ନିଜ ପସନ୍ଦର ବିଷୟକୁ ସିଲେକ୍ଟ କରି କେବଳ ସେଇ ଭିଡିଓକୁ ନିଜ ଟାଇମ୍‌ଲାଇନ୍‌ରେ ଦେଖିପାରିବେ। ଏହି ନୂଆ ଫିଚର ଆସିବା ପରେ ଫେସ୍‌ବୁକ୍‌ ୟୁଜର ଆଉ ବୋର୍‌ ହେବେ ନାହିଁ ବୋଲି ଫେସ୍‌ବୁକ୍‌ ତରଫରୁ କୁହାଯାଇଛି। ୟୁଜର ଏବେ ନିଜ ମନପସନ୍ଦର ଟପିକ୍‌ ସିଲେକ୍ଟ କରି କେବଳ ସେହି ଭିଡିଓ ଦେଖିବେ। ଏହା ଦ୍ୱାରା ସେମାନଙ୍କ ଡାଟା ବି କମ୍‌ ଖର୍ଚ୍ଚ ହେବ ବୋଲି ଫେସ୍‌ବୁକ୍‌ ତରଫରୁ କୁହାଯାଇଛି।

Comments are closed.