Odisha Link
Bridging the Missing Links in Odisha

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ଖଲ୍ଲିକୋଟ: ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏମିତି ଏକ ଅଘଟଣ ଘଟିଛି ଖଲ୍ଲିକୋର୍ଟ ଥାନା ତୁଳସୀପୁର ଗ୍ରାମରେ। ମୃତ ଦୁଇ ଭଉଣୀଙ୍କ ବୟସ ୮ ଓ ୧୦ ବର୍ଷ। ଉଭୟ ଦୁଇ ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ କୌଣସି କାରଣରୁ ଉଭୟେ ବୁଡ଼ି ଯାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଏନେଇ ପୁଲିସ ଖବର ପାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Comments are closed.