Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ସମ୍ପତ୍ତି ୬ କୋଟିରୁ ଉର୍ଦ୍ଧ୍ବ

ଭୁବନେଶ୍ବର: ଭିଜିନଲାନ୍ସ ଜାଲରେ କୁବେର ଯନ୍ତ୍ରୀ। ଭୁବନେଶ୍ୱର ଜିପିଏଚ ଡିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ୍‌ ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଏକାକାଳିନୀ ୬ଟି ଜାଗାରେ ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ୱର ନୟାପଲ୍ଲୀରେ ଦୁଇ ମହଲା କୋଠା, ଅଫିସ୍‌ ତଥା ବାଲିଅନ୍ତା ଓ ବ୍ରହ୍ମପୁରରେ ପୈତୃକ ବାସବଭନରେ ଚଢାଉ କରିଛି ଟିମ୍। ନୟାପଲ୍ଲୀରେ ଦୁଇ ମହଲା କୋଠରେ ଭିଜିଲାନ୍ସ ଏସପି ମଧ୍ୟ ପହଞ୍ଚି ଛାନଭିନ କରିଥିଲେ।

ରେଡ ସମୟରେ ରବିନ୍ଦ୍ର କୁମାର ପ୍ରଧାନଙ୍କ ୬ କୋଟି ୫୩ ଲକ୍ଷ ୮୬ ହଜାର ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଆପାର୍ଟମେଣ୍ଟର ମୂଲ୍ୟ ୪ କୋଟି ୪ ଲକ୍ଷ ୨୮ ହଜାର ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ଟିମ୍‌। ଖାଲି ସେତିକି ନୁହେଁ ୭୨ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍‌ ଥିବା ଜଣାପଡ଼ିଛି। ଘରୁ ନଗଦ ୨୫ ହଜାର ୯୪୦ ଟଙ୍କା ମିଳିଛି।

ଅପରପକ୍ଷେ ଭିଜିଲାନ୍ସ ରେଡ ବେଳେ ରବିନ୍ଦ୍ରନାଥ ପ୍ରଧାନଙ୍କ ପୁଅ ରସମିତ୍ ପ୍ରଧାନଙ୍କ ନାମରେ ଏକ ବିଲଡର ସଂସ୍ଥା ରହିଥିବା ଜଣାପଡ଼ିଛି। ସେ ବାଲିଅନ୍ତା କୋଞ୍ଚିଲ ନୂଆଗାଁରେ ଏକ ବିଲ୍ଡିଂ ବା ଆପାର୍ଟମେଣ୍ଟ ନିର୍ମାଣ କରିଛନ୍ତି। ବିନା ଲୋନରେ ୪୮ଟି ପ୍ଳାଟ ନିର୍ମାଣଧୀନ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦୀିଆଯାଇଛି। ଏହା ସହିତି ଟଙ୍କା, ସୁନା ଅଳଙ୍କାର, ଗାଡି ମୋଟର, ବ୍ୟାଙ୍କ ଡିପୋଜିଟ ମଧ୍ୟ ଠାବ କରିଛି ଟି୍ମ। ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ରନାଥ ପ୍ରଧାନଙ୍କୁ ଅଟକ ରଖିି ଅଧିକା ପଚରା ଉଚରା କରିଛି ଭିଜିଲାନ୍ସ ଟିମ୍।

Comments are closed.