Odisha Link
Bridging the Missing Links in Odisha

୨୦୨୧ରେ ସରକାରୀ ଚାକିରିଆଙ୍କୁ ମିଳିବ ୨୯ ଦିନ ସରକାରୀ ଛୁଟି, ମୋଟ ୧୦୬

ଭୁବନେଶ୍ବର: ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ବିଜ୍ଞପ୍ତି ଜାରି କରି ୨୦୨୧ ମସିହା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛି। ୨୦୨୧ରେ ମୋଟ ୨୯ଦିନ ସରକାରୀ ଛୁଟି ଓ ୮ଟି ଇଚ୍ଛାଧୀନ ଛୁଟିଦିନ ଘୋଷଣା ହୋଇଛି। ଇଚ୍ଛାଧୀନ ଛୁଟିରେ ଜାନୁୟାରୀ ୨୦ରେ ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ଜାନୁୟାରୀ ୨୫ରେ ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଏପ୍ରିଲ ୩ରେ ଇଷ୍ଟର ସଟରଡେ’, ମଇ ୧୦ରେ ଶବେ-ଇ-କାଦର, ମଇ ୨୬ରେ ବୁଦ୍ଧପୂର୍ଣ୍ଣିମା ଓ ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ, ଜୁଲାଇ ୨୦ରେ ବାହୁଡ଼ା, ନଭେମ୍ବର ୧୨ରେ ଅଁଳାନବମୀ ଓ ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ୍ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ଘୋଷଣା କରାଯାଇଛି। ଏହି ଇଚ୍ଛାଧୀନ ଛୁଟିଗୁଡ଼ିକ ମଧ୍ୟରୁ କର୍ମଚାରୀମାନେ ନିଜର ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଦରଖାସ୍ତ ଦେଇ ଯେକୌଣସି ଗୋଟିଏ ଦିନ ଛୁଟି ନେଇପାରିବେ।

ରାଜ୍ୟ ସରକାରଙ୍କ କର୍ମଚାରୀ ମାନେ ଆସନ୍ତା ୨୦୨୧ ମସିହାରେ ମୋଟ ୧୦୬ ଦିନ ଛୁଟିରେ ରହିବାର ସୁଯୋଗ ପାଇବେ। ଏଥିରେ ୨୯ ଦିନ ସରକାରୀ ଛୁଟି, ୫୨ଟି ରବିବାର, ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ସମେତ ଗୋଟିଏ ଦିନର ଇଚ୍ଛାଧୀନ ଛୁଟି ସାମିଲ ଅଛି। ୨୦୨୧ ମସିହାରେ ସରକାରୀ କର୍ମଚାରୀଙ୍କ ୯ଟି ଛୁଟି ବେକାର ଯାଇଛି। ଏହି ୯ଦିନ ଛୁଟି ମଧ୍ୟରୁ ୩ଟି ରବିବାର ପଡ଼ିଥିବାବେଳେ ୫ଟି ଶନିବାର ଓ ଗୋଟିଏ ଦିନରେ ମହାବିଷୁବ ସଂକ୍ରାନ୍ତି,ଆମ୍ବେଦକର ଜୟନ୍ତୀ ଓ ମହାବୀର ଜୟନ୍ତୀ ପଡ଼ୁଛି। ଯେଉଁଥିପାଇଁ ଏପ୍ରିଲ ୧୪ରେ ମହାବୀର ଜୟନ୍ତୀ ଛୁଟି ବେକାର ଯାଇଛି।

Comments are closed.