Odisha Link
Bridging the Missing Links in Odisha

କରୋନା ଟିକା ଟ୍ରାଏଲ ସମୟରେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ

ବ୍ରାଜିଲ: ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କରୋନା ଭ୍ୟାକସିନ୍ ଟ୍ରାଏଲ ସମୟରେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ। ବ୍ରାଜିଲରେ ତୃତୀୟ ପର୍ଯ୍ୟାୟ କରୋନା ଭ୍ୟାକସିନ୍ ଟ୍ରାଏଲରେ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ବ୍ରାଜିଲ୍‌ର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱେଚ୍ଛାସେବୀ ବ୍ରାଜିଲର ବୋଲି ଜଣାପଡିଛି ତେବେ ସ୍ୱେଚ୍ଛାସେବୀଙ୍କୁ ଭ୍ୟାକ୍‌ସିନ୍ ଦିଆଯାଇନଥିବାରୁ ଭ୍ୟାକ୍‌ସିନ୍‌ର ଟ୍ରାଏଲ୍ ରୋକାଯାଇନାହିଁ।

ଫେଡରାଲ ୟୁନିଭର୍ସିଟି ଅଫ୍ ସାଓ ପାଓଲୋ ସହାୟତାରେ ବ୍ରାଜିଲ୍‌ରେ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଚାଲିଛି। ଭ୍ୟାକ୍‌ସିନର ସୁରକ୍ଷାକୁ ନେଇ ଚିନ୍ତାର କାରଣ ନାହିଁ ବୋଲି ଅକ୍ସଫୋର୍ଡ ବୈଜ୍ଞାନିକ କହିଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବରରେ ବ୍ରିଟେନ୍‌ରେ ଭ୍ୟାକ୍‌ସିନ୍‌ର ଟ୍ରାଏଲ୍ ବେଳେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହୋଇପଡିଥିଲେ। ଏହାପରେ ଭ୍ୟାକସିନ୍ ଟ୍ରାଏଲ୍ ରୋକାଯାଇଥିଲା ମୃତ।

Comments are closed.