Odisha Link
Bridging the Missing Links in Odisha

ବନ ବିଭାଗର ଚଢ଼ାଉ, ୪୦ ଖଣ୍ଡ ପଟା ସହ ୨ ଗିରଫ

ଫୁଲବାଣୀ: ଆଜି ପୁଇଗୁଡ଼ା ସ୍ଥିତ ପାଟଖଣ୍ଡା ମନ୍ଦିର ଜଙ୍ଗଲ ନିକଟରେ ବନବିଭାଗ ୪୦ଖଣ୍ଡ ପଟା ଜବତ କରିଛି । ଘଟଣା ସ୍ଥଳରୁ ୨ ଜଣ ପଟା କଟାଳିଙ୍କୁୁ ଗିରଫ କରିଛି ବନବିଭାଗ। ଗିରଫ ହୋଇଥିବା ୨ ଜଣ ପଟା କଟାଳି ହେଲେ ପୁଇଗୁଡ଼ା ଗ୍ରାମ ଓଡ଼ିଆ ସାହିାର ପ୍ରତାପ ପାଇକ ଓ ଆଦିବାସୀ ସାହିର ଦେବାନନ୍ଦ କପଟ ପାତ୍ର।

ଏହି ୨ ଜଣ ଜଙ୍ଗଲ ମଧ୍ୟରେ ପଟା କାଟୁଥିବା ବେଳେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବନପାଳ ଜୟନ୍ତ ପ୍ରଧାନ, ଫ୍ରଫୁଲ କୁମାର ଚୌଧୁରୀ, ବନରକ୍ଷୀ ଦୀପକ ରଂଜନ ପଟନାୟକ ସମେତ ଅନ୍ୟମାନେ ଚଢାଉ କରିଥ ୪୦ ଖଣ୍ଡ କାଠପଟା ସହିତ ୨ ଜଣକୁ ଗିରଫ କରିଛନ୍ତି। ଜବତ ପଟାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ୨ ଜଣକୁ କୋର୍ଟ ଚାଲାଣ କରିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Comments are closed.