Odisha Link
Bridging the Missing Links in Odisha

ଟିଆର୍‌ପି ଜାଲିଆତି ମାମଲା: ରିପବ୍ଲିକ୍‌ ଟିଭିର ୧ ହଜାର କର୍ମଚାରୀଙ୍କ ନାଁରେ ଏତଲା

ମୁମ୍ବାଇ: ଟିଆରପି ଜାଲିଆତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ରିପବ୍ଲିକ୍‌ ଟିଭି କର୍ମଚାରୀଙ୍କ ନାଁରେ ଏତଲା। ଆଜି ମୁମ୍ବାଇ ପୋଲିସ ରପବ୍ଲିକ ମିଡିଆ ନେଟୱର୍କର ଏକ ହଜାର କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ କରିଛି। ଏହି ଏତଲା ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ନିର୍ଦ୍ଦେଶରେ ରୁଜୁ ହୋଇଥିବା ସୂଚନା ମିଳିଛି। ରିପବ୍ଲିକର ବରିଷ୍ଠ ସମ୍ପାଦକଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରୁଜୁ କରାଯାଇଛି।

ରିପବ୍ଲିକର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମେତ ଏକ ହଜାର ଜଣ ସାମ୍ବାଦିକଙ୍କ ବିରୋଧରେ ଜାମିନ୍-ବିହୀନ ମାମଲା ରୁଜୁ ହୋଇଛି। ମିଥ୍ୟା ଖବର ପ୍ରସାରଣ କରି ମୁମ୍ବାଇ ପୋଲିସକୁ ବଦନାମ କରୁଥିବାରୁ ଆଇପିସିର ଧାରା ୫୦୦ ଓ ଧାରା ୩୪ ଲଗାଇଛି ମୁମ୍ବାଇ ପୋଲିସ।

ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ରିପବ୍ଲିକ ମିଡିଆ ନେଟୱର୍କର ଟଏଲେଟ୍ ପେପର, ଟିସ୍ୟୁ ପେପର, ଏ-୪ ପେପର ସମେତ ଷ୍ଟେସନାରୀ ଜିନିଷର ମୂଲ୍ୟର ତଥ୍ୟ ମାଗିଥିଲା। ଏପରିକି ପୋଲିସ ରିପ୍ଲବିକ ଏୟାର କଣ୍ଡିସନିଙ୍ଗ୍ ଉପକରଣ, ଫର୍ଣ୍ଣିଟର, ମେକଅପ୍, ସୁଟ୍, ଆଦି ସମ୍ବନ୍ଧରେ ତଥ୍ୟ ମାଗିଥିଲା। ଏସବୁ ତଥ୍ୟ ମାତ୍ର ୧୨ ଘଣ୍ଟା ମଧ୍ୟରେ ପ୍ରଦାନ ପାଇଁ ପୋଲିସ କହିଥିବା ରିପବ୍ଲିକ ଟିଭି ପକ୍ଷରୁ କୁହାଯାଇଛି।

Comments are closed.