Odisha Link
Bridging the Missing Links in Odisha

ବିହାର ଲୋକଙ୍କୁ ଏବେ ଆଉ ଲଣ୍ଠନ ଦରକାର ନାହିଁ: ମୋଦି

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାସାରାମ ଓ ଗୟା ରାଲିକୁ ସମ୍ବୋଧିତ କରି ମୋଦୀ ବିରୋଧୀ ଦଳକୁ ଅନେକ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ଟାର୍ଗେଟ୍ କରି କହିଛନ୍ତି, ବିହାରର ଜନତାଙ୍କୁ ଏବେ ଆଉ ଲଣ୍ଠନର ଆବଶ୍ୟକତା ନାହିଁ। ଆଜି ବିହାରରେ ରହୁଥିବା ପ୍ରତ୍ୟେକ ଗରିବ ଲୋକଙ୍କ ଘରେ ବିଜୁଳି ରହିଛି। କିନ୍ତୁ ସମୟ ଥିଲା ଏହି ବିଜୁଳି କେବଳ ଧନୀ ପରିବାରଙ୍କ ପାଖରେ ଥିଲା। ୯୦ ଦଶନ୍ଧିରେ ବିହାରବାସୀଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ବିହାରରେ ନକ୍ସଲବାଦ ପ୍ରସଙ୍ଗ ଉଠାଇ କହିଛନ୍ତି, ବିରୋଧୀ ଦଳ ଏନଡିଏ ବିରୋଧରେ ମେଳି କରିଛନ୍ତି, ଯାହାକୁ ସେମାନେ ମହାମେଣ୍ଟ କହୁଛନ୍ତି। ମାତ୍ର ବିହାରର ପ୍ରତିଟି ନାଗରିକ ନକ୍ସଲ ଅଭିଯାନକୁ ଅନୁମତି ଦେଇଥିବା ଏହି ମହାମେଣ୍ଟକୁ ବେଶ୍‌ ଭଲ ଭାବେ ଜାଣିଛନ୍ତି। ସେ କହିଛନ୍ତି ବିହାରରେ ନକ୍ସଲବାଦ୍‌କୁ ଖୋଲା ଅନୁମତି ଦେଉଥିବା ବ୍ୟକ୍ତି ଏନଡିଏ ବିରୋଧୀ। ଗତ କିଛି ବର୍ଷରେ ଦେଶରେ ନକ୍ସଲ ଗତିବିଧି କମ କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଛି। ଫଳସ୍ଵରୂପ ନକ୍ସଲ ବର୍ତ୍ତମାନ କିଛି ଅଞ୍ଚଳରେ ସୀମିତ ରହି ଯାଇଛନ୍ତି।

Comments are closed.