Odisha Link
Bridging the Missing Links in Odisha

ମୋଦି ବିହାରବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି: ରାହୁଲ

ପାଟଣା: ବିହାର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆଜି ବିହାର ନୱାଡ​‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ଏକ ନିର୍ବାଚନୀ ରାଲିକୁ ସମ୍ଭୋଧିତ କରିଛନ୍ତି। ନିର୍ବାଚନୀ ରାଲିରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଭାଷାରେ କଟାକ୍ଷ କରିବା ସହ ମୋଦୀ ବିହାରବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଉଥିବା କହିଛନ୍ତି ରାହୁଲ।

ରାହୁଲ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିହାରବାସୀଙ୍କୁ ମିଛ କୁହନ୍ତୁ ନାହିଁ। ଆପଣ ନିର୍ବାଚନୀ ଇସ୍ତାହାରରେ ବିହାର ଯୁବକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ କହିଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଗତ ନିର୍ବାଚନ ସମୟରେ ୨ କୋଟି ଲୋକଙ୍କୁ ରୋଜଗାର ଦେବେ ବୋଲି ଦେଶବାସୀଙ୍କୁ କହିଥିଲେ। ସେହି ପ୍ରତିଶ୍ରୁତି କୁଆଡେ ଗଲା। ନିର୍ବାଚନ ସମୟରେ କେବଳ ମିଛ ପ୍ରତିଶ୍ରୁତି ନଦେଇ ଯାହା କହୁଛନ୍ତି ତାହା ପୂରଣ କରନ୍ତୁ ବୋଲି ରାହୁଲ କହିଛନ୍ତି।

ରାହୁଲ ଆହୁରୀ କହିଛନ୍ତି ଯେ ଦେଶର ମୋଦୀ ସରକାର କିଛି ଦିନ ତଳେ ୩ ଟି କୃଷି ଆଇନ ପ୍ରଣୟନ କରିଛନ୍ତି ସେଥିରେ କୃଷକଙ୍କୁ କୌଣସି ଲାଭ ମିଳିବନି। ସେଥିରେ କେବଳ ମୋଦୀଙ୍କ ଶିଳ୍ପପତି ବନ୍ଧୁ ମାନଙ୍କୁ ଲାଭ ମିଳିବ। ପ୍ରଧାନମନ୍ତ୍ରୀ ଦେଶର କୃଷକଙ୍କ ପାଇଁ ନୁହେଁ ବରଂ ଆଦାନୀ ଏବଂ ଅମ୍ବାନୀଙ୍କ ପାଇଁ କାମ କରୁଥିବା ରାହୁଲ ଅଭିଯୋଗ କରିଛନ୍ତି। ଏଥି ସହିତ ରାହୁଲ କହିଛନ୍ତି ଯେ, ବିହାରୀ ଯବାନ ସହିଦ ହୋଇଛନ୍ତି, ହେଲେ ପ୍ରଧାନମନ୍ତ୍ରୀ କଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସାସାରାମ ଭାଷଣ ଉପରେ ରାହୁଲ କହିଛନ୍ତି ବିହାରୀ ବହୁତ ସାହାସ, ସେମାନେ ଲଦାଖର ନିଜର ରକ୍ତ ଦେଇ ମାଟିର ରକ୍ଷା କରିଛନ୍ତି। ଚୀନ ଆମର ୨୦ ଯବାନଙ୍କୁ ସହିଦ କଲା ଏବଂ ଚୀନ ଭାରତର ୧୨ଶହ ବର୍ଗ ମିଟର ଜମି କବଜା କରି ରଖିଛନ୍ତି କିନ୍ତୁ ମୋଦୀ ଦେଶବାସୀଙ୍କୁ ମିଛ କହି ଚାଲିଛନ୍ତି ଯେ ଚୀନ କୌଣସି ଜମି କବଜା କରିନାହିଁ।

ଏଥି ସହିତ କରୋନା ପାଇଁ ଯେତେବେଳ ଲକ୍‌ଡାଉନ ହେଲା ପ୍ରବାସୀ ଶ୍ରମିକମାନେ ପାଦରେ ଚାଲି ଚାଲି ମାଇଲ ମାଇଲ ବାଟ ଆସିଲେ। ବାଟରେ କେତେକ ମୃତ୍ୟୁ ବରଣ ମଧ୍ୟ କଲେ କିନ୍ତୁ ପ୍ରଧାନମନ୍ତ୍ରୀ କଣ କରୁଥିଲେ। ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାପାଇଁ କଣ ପଦକ୍ଷେପ ନେଇଥିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏଥି ସହିତ ସେ କହିଛନ୍ତି ମୁଁ ନିଶ୍ଚିନ୍ତ ଯେ ବିହାରବାସୀ ସତ କଣ ଜାଣିଛନ୍ତି ତେଣୁ ଏଥର ମୋଦୀ-ନୀତିଶଙ୍କୁ ସେମାନେ ସଠିକ ଉତ୍ତର ଦେବେ।

Comments are closed.